ଓଡିଶା

odisha

ETV Bharat / sports

ଏହି କ୍ରିକେଟରମାନେ ଦୁର୍ଘଟଣା ପରେ ଦଳକୁ ଫେରି ଦେଖାଇଥିଲେ ଜଲୱା

ପନ୍ତଙ୍କ ପୂର୍ବରୁ ମଧ୍ୟ କିଛି କ୍ରିକେଟର ଦୁର୍ଘଟଣାରେ ଶିକାର ହୋଇ ପୁଣି ଥରେ କ୍ରିକେଟ ମଇଦାନରେ ନିଜର ପ୍ରଦର୍ଶନ ଦେଖାଇଛନ୍ତି । ଅଧିକ ପଢନ୍ତୁ

By

Published : Dec 31, 2022, 9:09 PM IST

ଋଷଭ ପନ୍ତ ଓ ମଂସୁର ଅଲି ଖାନ ପଟୌଦି
ଋଷଭ ପନ୍ତ ଓ ମଂସୁର ଅଲି ଖାନ ପଟୌଦି

ହାଇଦ୍ରାବାଦ:ଋଷଭ ପନ୍ତ କାର ଦୁର୍ଘଟଣା ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ବିସିସିଆଇ ସୂଚନା ଅନୁଯାୟୀ ତାଙ୍କର ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀର ବିଭିନ୍ନ ଜାଗାରେ ଆଘାତ ଲାଗିଛି । ଏହା ସହିତ ତାଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଛି । ସେ କେବେ ଠିକ୍ ହେବେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସେନେଇ ସଠିକ୍ ସୂଚନା ଦେଇନାହାଁନ୍ତି । ପନ୍ତ ଦଳରୁ ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଦ ପଡିବେ । ତେବେ ପନ୍ତଙ୍କ ପୂର୍ବରୁ ମଧ୍ୟ କିଛି କ୍ରିକେଟର ଦୁର୍ଘଟଣାରେ ଶିକାର ହୋଇ ପୁଣି ଥରେ କ୍ରିକେଟ ମଇଦାନରେ ନିଜର ପ୍ରଦର୍ଶନ ଦେଖାଇଛନ୍ତି ।

ଦିଲ୍ଲୀ ଡେରାଡୁନ ରୋଡରେ ମହମ୍ମଦ ସାମିଙ୍କ ଦୁର୍ଘଟଣା ଘଟଣା

ଫାଷ୍ଟ ବୋଲର ମହମ୍ମଦ ସାମି ବର୍ଷ ୨୦୧୮ରେ ସଡକ ଦୁର୍ଘଟଣାରେ ଶିକାର ହୋଇଥିଲେ । ସାମି ଡେରାଡୁନରୁ ଦିଲ୍ଲୀ ଫେରୁଥିଲେ । ଏହି ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ସାମିଙ୍କ ଆଖିରେ ଆଘାତ ଲାଗିଥିଲା । ଏହା ପରେ ସେ ଫିଟ୍ ହୋଇ ପୁଣି ଥରେ ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଏଣ୍ଡ୍ରୁ ସାଇମଣ୍ଡସଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

୪୬ ବର୍ଷିୟ ଦିବଙ୍ଗତ ଅଲରାଉଣ୍ଡର ଏଣ୍ଡ୍ରୁ ସାଇମଣ୍ଡସ (Andrew Symonds) ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେ ଅଷ୍ଟ୍ରେଲିଆ ପାଇଁ ୨୬ ଟି ଟେଷ୍ଟ ଏବଂ ୧୯୮ ଟି ଦିନିକିଆ ମ୍ୟାଚ ଖେଳିଥିଲେ ।

ଶ୍ରୀଲଙ୍କା ସ୍ପିନର କୌଶଲ ଲୋକୁରାଚୀଙ୍କ ଦୁର୍ଘଟଣା ଘଟଣା

ଶ୍ରୀଲଙ୍କାର ସ୍ପିନର କୌଶଲ ଲୋକୁରାଚୀ ଦୁର୍ଘଟଣା ପରେ ପୁଣି ଥରେ କ୍ରିକେଟ ମଇଦାନରେ ନିଜର ଦମଦାର ପ୍ରଦର୍ଶନ ଦେଖାଇଥିଲେ । ଦୁର୍ଘଟଣାରେ କୌଶଳଙ୍କ କାନ୍ଧରେ ଆଘାତ ଲାଗିଥିଲା । ତାଙ୍କର ଏହି କାର ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତାଙ୍କୁ ସସ୍‌ପେଣ୍ଡ କରିଥିଲା । ଏହାର କିଛି ଦିନରେ କୌଶଲ ଲୋକୁରାଚୀ ପୁଣି ଥର ଦଳକୁ କମ ବ୍ୟାକ କରିଥିଲେ । ବର୍ଷ ୨୦୧୨ରେ ସେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ଆଖି ହରାଇବା ପରେ ବି ପଟୌଦି ବନିଥିଲେ ଅଧିନାୟକ

ପୂର୍ବତନ ଅଧିନାୟକ ମଂସୁର ଅଲି ଖାନ ପଟୌଦି କାର ଦୁର୍ଘଟଣାରେ ଶିକାର ହୋଇଥିଲେ । ୨୦ ବର୍ଷ ବୟସରେ ସେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଯେଉଁଥିରେ ତାଙ୍କର ଗୋଟିଏ ଆଖି ଖରାପ ହୋଇଯାଇଥିଲା । ଗୋଟିଏ ଆଖି ଖରାପ ପରେ ମଧ୍ୟ ସେ ଟିମ ଇଣ୍ଡିଆର ଅଧିନାୟକ ହୋଇପାରିଥିଲେ ।

ସାଇରାଜ ବହୁତୁଲେଙ୍କ ଗୋଡରେ ଲାଗିଥିଲା ରଡ

ସାଇରାଜ ବହୁତୁଲେ ୧୭ ବର୍ଷ ବୟସରେ ମୁମ୍ବାଇର ମେରାଇନ ଡ୍ରାଇଭରେ ସାଙ୍ଗମାନଙ୍କ ସହିତ ଭ୍ରମଣ କରୁଥିଲେ । ସେଠାରେ ତାଙ୍କର କାର ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କର ଜଣେ ବନ୍ଧୁଙ୍କର ମୃତ୍ୟୁ ଘଟିଥିଲା । ସାଇରାଜଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା । ସେ ସୁସ୍ଥ ହେବାକୁ ପ୍ରାୟ ଗୋଟିଏ ବର୍ଷ ଲାଗିଥିଲା । ଏନେଇ ତାଙ୍କ ଗୋଡରେ ରଡ ଲାଗିଥିଲା ।

ABOUT THE AUTHOR

...view details