ମୁମ୍ବାଇ: କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରିକି ପଣ୍ଟିଂଙ୍କ ପରିବାରର ଜଣେ ସଦସ୍ୟ । ଏଥିପାଇଁ ୫ଦିନ ସଂଗରୋଧରେ ରହିବେ ରିକି ପଣ୍ଟିଂ । ଫଳରେ ଆଜି ଖେଳାଯିବାକୁ ଥିବା IPL 2022ର ୩୪ତମ ମ୍ୟାଚ୍ରେ ଦିଲ୍ଲୀ ଡଗ୍ଆଉଟରେ ପଣ୍ଟିଂଙ୍କୁ ଦେଖିବାକୁ ମିଳିବ ନାହିଁ ।
ପଣ୍ଟିଂଙ୍କ ପରିବାର ସଦସ୍ୟ କୋରୋନା ସଂକ୍ରମିତ ହେବାପରେ ତାଙ୍କର ଦୁଇଥର କୋଭିଡ ଟେଷ୍ଟ କରାଯାଇଥିଲା । ପଣ୍ଟିଂଙ୍କ ଦୁଇଟି ଯାକ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବ୍ରାବୋର୍ନୋ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ ଭେଟିବ । ଦିଲ୍ଲୀ କ୍ୟାମ୍ପରେ କୋଭିଡ ସଂକ୍ରମଣ ଯୋଗୁଁ ଦଳର ଦୁଇଟି ମ୍ୟାଚ୍ର ଭେନ୍ୟୁ ପରିବର୍ତ୍ତନ କରାଯାଇଛି ।