ହାଇଦ୍ରାବାଦ: ଭାରତ ପାଇଁ ଅଶୁଭ ସାବ୍ୟସ୍ତ ହେଲେ ଅମ୍ପାୟର ରିଚାର୍ଡ କେଟଲବୋରୋ । ବିଶ୍ବକପ ସେମିଫାଇନାଲ ମ୍ୟାଚରେ କେଟଲବୋରୋ ଫିଲ୍ଡ ଅମ୍ପାୟର ରହିଥିବା ବେଳେ ଭାରତ ବିଶ୍ବକପରେ ପରାଜୟ ବରଣ କରିଛି । 2019 ବିଶ୍ବକପ ସେମିଫାଇନାଲ ମ୍ୟାଚରେ କେଟଲବୋରୋ ଅମ୍ପାୟାରିଂ କରୁଥିବା ବେଳେ ଭାରତ ବିଶ୍ବକପ ଫାଇନାଲରେ ପହଞ୍ଚି ପାରିନଥିଲା । ସେମିରେ ମନ୍ୟୁଜିଲାଣ୍ଡଠୁ 18ରନରେ ପରାସ୍ତ ହୋଇ ବିଶ୍ବକପରୁ ବିଦା ହୋଇଥିଲା । କିନ୍ତୁ ଚଳିତ ବିଶ୍ବକପରେ ଭାରତ ଅଷ୍ଟ୍ରେଲିଆ ଠାରୁ 6 ଓ୍ବିକେଟରେ ପରାସ୍ତ ହୋଇଛି । ଇଂଲଣ୍ଡ ଅମ୍ପାୟର ରିଚାର୍ଡ ଇଲିଙ୍ଗୱର୍ଥ ମଧ୍ୟ ଏହି ଦୁଇ ମ୍ୟାଚରେ ଫିଲ୍ଡ ଅମ୍ପାୟର ଦାୟିତ୍ବରେ ଥିଲେ ।
ଭାରତ ପାଇଁ ପୁଣି ଅଶୁଭ ସାବ୍ୟସ୍ତ ହେଲେ ରିଚାର୍ଡ କେଟଲବୋରୋ - ରିଚାର୍ଡ କେଟଲବୋରୋ
ବିଶ୍ବକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ହାରିଛି ଭାରତ। ରିଚାର୍ଡ କେଟଲବୋରୋ ଭାରତ ପାଇଁ ଅଶୁଭ ହୋଇଥିବା ଚର୍ଚ୍ଚା । ଅଧିକ ପଢ଼ନ୍ତୁ
Published : Nov 20, 2023, 8:43 AM IST
ଯଦି ଦେଖାଯାଏ, 2014 ଆଇସିସି ଟି-20 ବିଶ୍ବକପ୍ ଫାଇନାଲରେ ଶ୍ରୀଲଙ୍କା ନିକଟରୁ ପରାସ୍ତ ହୋଇଥିଲା ଭାରତ । ଏହି ସମୟରେ ଫିଲ୍ଡ ଅମ୍ପାୟର ରହିଥିଲେ ରିଚାର୍ଡ କେଟଲବୋରୋ । ସେହିପରି 2015 ଆଇସିସି ଟି20 ବିଶ୍ବକପ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳୁଥିବା ବେଳେ ପରାସ୍ତ ହୋଇଥିଲା । ଏହି ସମୟରେ ମଧ୍ୟ କେଟଲବୋରୋ ଅମ୍ପାୟରିଂ କରୁଥିଲେ । 2016 ଟି-20 ସେମିଫାଇନାଲ, 2017 ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ପରାଜିତ ହୋଇଥିଲେ । ଏହି ସମୟରେ ମଧ୍ୟ ଫିଲ୍ଡ ଅମ୍ପାୟର ରହିଥିଲେ ରିଚାର୍ଡ କେଟଲବୋରୋ । ତେଣୁ ସେ ଭାରତ ପ୍ରତି ଅଶୁଭ ବୋଲି ବିବେଚିତ କରାଯାଏ । ଯାହା ପୁଣି ଥରେ ବିଶ୍ବକପ 2023 ଫାଇନାଲ୍ ମ୍ୟାଚରେ ଏକ ସତ ସାବ୍ୟସ୍ତ ହୋଇଛି ।
ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ 10ଟି ଯାକ ମ୍ୟାଚରେ ଭାରତ ଅପରାଜୟ ରହିଥିବା ବେଳେ ଫାଇନାଲରେ କିନ୍ତୁ ଫେଲ୍ ମାରିଥିଲା । ଭାରତ ହାତରୁ ଚମ୍ପିଆନ ଟ୍ରଫି ଛଢାଇ ନେଇଥିଲା କଙ୍ଗାରୁ ଦଳ । ପ୍ରଥମେ ବ୍ୟାଟିଂ କରି ଭାରତ 240ରନ କରିଥିଲା । ଜବାବରେ ଟ୍ରାବିସ ହେଡ୍ଙ୍କ ଦମଦାର ଶତକ ଓ ଲାବୁସାନଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚ୍କୁ 6 ୱିକେଟ୍ରେ ଜିତି ନେଇଛି । ଏହି ବିଜୟ ସହ ରେକର୍ଡ 6ଷ୍ଠ ଥର ପାଇଁ ବିଶ୍ୱ ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ ।