ଓଡିଶା

odisha

By ETV Bharat Odisha Team

Published : Nov 11, 2023, 8:28 PM IST

ETV Bharat / sports

Cricket World Cup 2023: ଷ୍ଟାଡିୟମରେ ବିଶ୍ବକପ୍‌ ଦେଖିଲେଣି ୧୦ ଲକ୍ଷ ଦର୍ଶକ, ଭାଙ୍ଗିଲେ ସବୁ ରେକର୍ଡ

ବିଶ୍ବକପ୍‌ ୨୦୨୩ରେ କ୍ରମାଗତ ରେକର୍ଡ ଭାଙ୍ଗୁଛନ୍ତି ବିଭିନ୍ନ ଦେଶର କ୍ରିକେଟର । ହେଲେ ଏହି ରେସ୍‌ରେ ଦର୍ଶକ ମଧ୍ୟ ପଛରେ ପଡ଼ି ନାହାନ୍ତି । ଏ ପର୍ଯ୍ୟନ୍ତ ବିଭିନ୍ନ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିଲେଣି ୧୦ ଲକ୍ଷରୁ ଅଧିକ ଦର୍ଶକ । ଅଧିକ ପଢ଼ନ୍ତୁ

1 Million people have witnessed World Cup 2023 so far
ଷ୍ଟାଡିୟମରେ ବିଶ୍ବକପ୍‌ ଦେଖିଲେଣି ୧୦ ଲକ୍ଷ ଦର୍ଶକ

ଅହମ୍ମଦାବାଦ: ଭାରତରେ ଜାରି ରହିଥିବା ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ ଏବେ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି । ହାଇପ୍ରୋଫାଇଲ୍‌ ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ପ୍ରାୟତଃ ଶେଷ ହୋଇଥିବାବେଳେ ରବିବାର ଶେଷ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡକୁ ଭେଟିବ ଆୟୋଜକ ଭାରତ । ଏହାପରେ ୨ଟି ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍‌ ମଧ୍ୟ ଖେଳାଯିବ । ଏହା ପୂର୍ବରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦଳର ଖେଳାଳି ଅନେକ ବଡ଼ ବଡ଼ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି । ତେବେ ଏହି ରେକର୍ଡ ଭାଙ୍ଗିବା ରେସ୍‌ରେ ଦର୍ଶକ ମଧ୍ୟ ପଛରେ ପଡ଼ିନାହାନ୍ତି । ସେମିଫାଇନାଲ ପୂର୍ବରୁ ଚଳିତ ବିଶ୍ବକପ୍‌ରେ ଦର୍ଶକଙ୍କ ନାମରେ ମଧ୍ୟ ଏକ ବିଶ୍ବ ରେକର୍ଡ ଯୋଡ଼ି ହୋଇଛି ।

ରେକର୍ଡ ଭାଙ୍ଗିଲେ ଦର୍ଶକ: ୧୨ ବର୍ଷ ପରେ ପୁଣିଥରେ ଭାରତ ଆୟୋଜନ କରୁଛି ଦିନିକିଆ ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟ । ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ଐତିହାସିକ ରେକର୍ଡ ଦେଖିବାକୁ ମିଳିଛି । ନେଦରଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ଭଳି ଦଳ ମଧ୍ୟ ଏହି ମେଗା ଇଭେଣ୍ଟରେ ଦମଦାର ଖେଳ ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ତେବେ ଏହି ବିଶ୍ବକପ୍‌କୁ ସଫଳ କରିବାରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛନ୍ତି ଦର୍ଶକ । ଚଳିତ ବିଶ୍ବକପ୍‌ ୨୦୨୩ରେ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳା ଯାଇଥିବା ସମସ୍ତ ମ୍ୟାଚ୍‌ରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ସଂଖ୍ୟା ଏକ ଐତିହାସିକ ରେକର୍ଡ ହାସଲ କରିଛି । ଏପର୍ଯ୍ୟନ୍ତ ମୋଟ ୧ ମିଲିୟନ, ଅର୍ଥାତ ୧୦ ଲକ୍ଷରୁ ଅଧିକ ଦର୍ଶକ ବିଭିନ୍ନ ଷ୍ଟାଡିୟମରେ ପହଞ୍ଚି ବିଭିନ୍ନ ମ୍ୟାଚ୍‌ ଦେଖିଛନ୍ତି । ଯାହା କୌଣସି ଏକ ଆଇସିସି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ । କେବଳ ଭାରତର ନୁହେଁ, ଅନ୍ୟ ଦଳଗୁଡ଼ିକର ମ୍ୟାଚ୍‌ରେ ମଧ୍ୟ ବହୁ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ବିଭିନ୍ନ ଷ୍ଟାଡିୟମରେ ହୋଇଥିବା ମ୍ୟାଚ୍‌ ଗୁଡ଼ିକ ୧୦ ଲକ୍ଷରୁ ଅଧିକ ଦର୍ଶକ ଷ୍ଟାଡିୟମରେ ଦେଖିଥିବା ଆଇସିସି ଟ୍ବିଟ୍‌ କରି ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: କୋହଲିଙ୍କ ବଡ଼ ପ୍ରଶଂସକ ୱେଷ୍ଟଇଣ୍ଡିଜ୍‌ର ଏହି ମହାନ କ୍ରିକେଟର, କହିଲେ କ୍ରିକେଟ୍‌ର ଅମୂଲ୍ୟ ସମ୍ପଦ

ପ୍ରକାଶଯୋଗ୍ୟ, ଏବେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଲିଗ୍‌ ମ୍ୟାଚ୍‌ ସମେତ ସେମିଫାଇନାଲ ଓ ଫାଇନାଲ୍‌ ମ୍ୟାଚ୍‌ ଖେଳା ଯିବାକୁ ବାକି ଅଛି । ଟିମ୍‌ ଇଣ୍ଡିଆ ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଥିବାବେଳେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟ ସେମି ଟିକେଟ ହାସଲ କରିଛନ୍ତି । ସେପଟେ ଏହା ସେମିଫାଇନାଲ ଓ ଫାଇନାଲ ପୂର୍ବରୁ ଦର୍ଶକଙ୍କ ଏହି ରେକର୍ଡ ନେଇ ଆଇସିସି ଇଭେଣ୍ଟ ମୁଖ୍ୟ କ୍ରିସ୍‌ ଟେଟ୍‌ଲି କହିଛନ୍ତି, "୧୦ ଲକ୍ଷରୁ ଅଧିକ ରେକର୍ଡ ସଂଖ୍ୟକ ଦର୍ଶକଙ୍କ ସହିତ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ବକପ୍‌ ୨୦୨୩ ଆଗେଇ ଚାଲିଛି । ଦର୍ଶକଙ୍କ ଏହି ରେକର୍ଡ ସଂଖ୍ୟା ଦିନିକିଆ ଫର୍ମାଟ୍‌ ଏବଂ ବିଶ୍ବକପ୍‌ର ଲୋକପ୍ରିୟତାକୁ ପ୍ରଦର୍ଶନ କରିଛି । ନକ୍ଆଉଟ୍‌ ପର୍ଯ୍ୟାୟରେ ଅଧିକ ଆହୁରି ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details