କୋଲକାତା:IPL 2022 ଏଲିମିନେଟର ମ୍ୟାଚ୍ରେ ଲକ୍ଷ୍ନୌକୁ ବିଶାଳ ବିଜୟ ଲକ୍ଷ୍ୟ ଦେଇଛି ବାଙ୍ଗାଲୋର । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ବିଜୟ ପାଇଁ ଲକ୍ଷ୍ନୌ ୨୦୮ ରନ୍ ବିଜୟ ଲକ୍ଷ୍ୟର ପିଛା କରିବ । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ପ୍ରଥମ ୱିକେଟ ମାତ୍ର ୪ ରନ୍ ଦଳୀୟ ସ୍କୋର୍ରେ ହରାଇଥିଲା RCB ।
ଏହାପରେ ବିରାଟ କୋହଲି କିଛିଟା ବଡ଼ ସଟ୍ ଖେଳିଥିଲେ । ତେବେ ରଜତ ପାଟିଦାର ପିଚ୍କୁ ଆସୁଆସୁ ଆକ୍ରାମକ ବ୍ୟାଟିଂ ଆରମ୍ଭ କରିଥିଲେ । ସେ ୫୪ ବଲ୍ରୁ ୧୧୨ ରନ୍ କରି ଲକ୍ଷ୍ନୌ ବୋଲରଙ୍କ ଅଣ୍ଟା ଭାଙ୍ଗି ଦେଇଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ ଯାଉଥିବା ବେଲେ ରଜତ ନିଜ ଖେଳରେ କୌଣସି ପରିବର୍ତ୍ତନ କରିନଥିଲେ । ପଞ୍ଚମ ୱିକେଟ ଭାଗିଦାରୀରେ ଦୀନେଶ କାର୍ତ୍ତିକ ମଧ୍ୟ ରଜତ ପାଟିଦାରଙ୍କ ଭରପୁର ସାଥ ଦେଇଥିଲେ । ସେ ୨୩ଟି ବଲ୍ରୁ ୩୭ ରନ୍ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ବାଙ୍ଗାଲୋର ଦଳ ୪ ୱିକେଟ ହରାଇ ୨୦୭ ରନ୍ କରିଛି ।