ଓଡିଶା

odisha

ETV Bharat / sports

IPL 2022: କ୍ୟାପିଟାଲ୍ସ ବାଟରେ କଣ୍ଟା ହେଲା ମୁମ୍ବାଇ, ପ୍ଲେ ଅଫରେ RCBର ଏଣ୍ଟ୍ରି - ଦିଲ୍ଲୀକୁ 5 ୱିକେଟରେ ହରାଇଲା ମୁମ୍ବାଇ

ଭାଙ୍ଗିଲା ଦିଲ୍ଲୀର ହୃଦୟ । ମଉଳିଲା ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ ସ୍ବପ୍ନ । କ୍ୟାପିଟାଲ୍ସ ବାଟରେ କଣ୍ଟା ହେଲା ମୁମ୍ବାଇ । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ (IPL ୨୦୨୨) 69ତମ ମ୍ୟାଚକୁ ମୁମ୍ବାଇ ଇଣ୍ଡିଆନ୍ସ 5 ୱିକେଟରେ ଜିତି ନେଇଛି । ଅଧିକ ପଢନ୍ତୁ

କ୍ୟାପିଟାଲ୍ସ ବାଟରେ କଣ୍ଟା ହେଲା ମୁ୍ମ୍ବାଇ
କ୍ୟାପିଟାଲ୍ସ ବାଟରେ କଣ୍ଟା ହେଲା ମୁ୍ମ୍ବାଇ

By

Published : May 22, 2022, 8:42 AM IST

ମୁମ୍ବାଇ:ଭାଙ୍ଗିଲା ଦିଲ୍ଲୀର ହୃଦୟ । ମଉଳିଲା ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ ଅଫ ସ୍ବପ୍ନ । କ୍ୟାପିଟାଲ୍ସ ବାଟରେ କଣ୍ଟା ହେଲା ମୁମ୍ବାଇ । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ (IPL ୨୦୨୨) 69ତମ ମ୍ୟାଚକୁ ମୁମ୍ବାଇ ଇଣ୍ଡିଆନ୍ସ 5 ୱିକେଟରେ ଜିତି ନେଇଛି । ଲଢୁଆ ପ୍ରଦର୍ଶନ ପରେ ବି 2 ପଏଣ୍ଟ ହାତେଇ ନପାରିବାରୁ କ୍ୟାପିଟାଲ୍ସର ପ୍ଲେ ଅଫ ସ୍ବପ୍ନ ଧୂଳିସାତ ହୋଇଛି । ଏହା ସହ ଚଳିତ ସିଜିନରେ ଦିଲ୍ଲୀର ଅଭିଯାନ ଶେଷ ହୋଇଛି । କ୍ୟାପିଟାଲ୍ସ ପରାସ୍ତ ହେବା ପରେ ଚତୁର୍ଥ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏଲିମିନେଟର ମୁକାବିଲାରେ ଲକ୍ଷ୍ନୌ ଓ ବାଙ୍ଗାଲୋର ପରସ୍ପରକୁ ଭେଟିବେ ।

ଟସ ଜିତି ପ୍ରଥମେ ଦିଲ୍ଲୀକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ମୁମ୍ବାଇ । କ୍ୟାପଟାଲ୍ସ 50 ରନରେ 4ଟି ୱିକେଟ ହରାଇଥିଲା । ଓପନର ଡେଭିଡ ୱାର୍ଣ୍ଣର ମାତ୍ର 5, ମିଚେଲ ମାର୍ଶ 0, ପୃଥୀ ଶ' 24 (2ଟି ଚୌକା, 1ଟି ଛକା) ଓ ସର୍ଫରାଜ ଖାନ 10ରନ କରି ଆଉଟ ହୋଇଥିଲେ । ରିଷବ ପନ୍ତ ଓ ରୋଭମାନ ପାୱେଲ ଲଢୁଆ ବ୍ୟାଟିଂ କରି 75 ରନ ଭାଗିଦାରୀ କରିଥିଲେ । ଦଳୀୟ ସ୍କୋର 125ରେ ପହଞ୍ଚିଥିଲା । ପାୱେଲ ବଡ ସର୍ଟ୍ସ ଖେଳୁଥିଲେ ମଧ୍ୟ 19ତମ ଓଭରରେ ଆଉଟ୍ ହୋଇଥିଲେ ।

ସେହିପରି ସରଫରାଜ ଖାନ 10, ଅକ୍ଷର ପଟେଲ ଅପରାଜିତ 19, ଶାର୍ଦ୍ଦୁଲ ଠାକୁର 4, କୁଲଦୀପ ଯାଦବ ଅପରାଜିତ ଗୋଟିଏ ରନ୍ କରିଥିଲେ । ସେପଟେ ମୁମ୍ବାଇ ପକ୍ଷରୁ ବୁମରାଙ୍କୁ ସର୍ବାଧିକ 3 ୱିକେଟ ମିଳି ଥିବାବେଳେ ରମଣଦୀପ ସିଂଙ୍କୁ 2, ଡାନିଏଲ ସାମ୍ସ, ମାର୍କଣ୍ଡେଙ୍କୁ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 159 ରନ୍ ସଂଗ୍ରହ କଲା ଦିଲ୍ଲୀ କ୍ୟାପିଟାଲ୍ସ । ମୁମ୍ବାଇ ଆଗରେ 160 ରନର ଟାର୍ଗେଟ ଦେଇଥିବା ଦିଲ୍ଲୀ ।

160ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ମାତ୍ର 2 ରନ କରି ରୋହିତ ଶର୍ମା ସଅଳ ପାଭିଲିୟନ ଫେରିଥିଲେ । ଅନ୍ୟ ଓପନର ଇଶାନ କିଷନ ଓ ଡେୱାଲ୍ଡ ବ୍ରେଭିସ ଲଢୁଆ ବ୍ୟାଟିଂ କରି 51 ରନ ଭାଗିଦାରୀ କରିଥିଲେ । ଦଳୀୟ ସ୍କୋର 76ରେ ବ୍ୟକ୍ତିଗତ 48ରନ (3ଟି ଚୌକା, 3ଟି ଛକା) କରି କିଷନ ଆଉଟ ହୋଇଥିଲେ । ପରେ ପରେ ବ୍ରେଭିସ 37 ରନ (3ଟି ଛକା, 1ଟି ଚୌକା) କରି ଆଉଟ ହୋଇଥିଲେ । ଦିଲ୍ଲୀର ବିଜୟ ଆଶା ଦେଖାଦେଇଥିଲା । ହେଲେ ତିଲକ ବର୍ମା ଓ ଡେଭିଡ ଲଢୁଆ ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋରକୁ 145ରେ ପହଞ୍ଚାଇଥିଲେ । ଡେଭିଡ 11ବଲରେ 34 ରନ କରି ଆଉଟ ହୋଇଥିଲେ । ପରେ ପରେ ତିଲକ 21 ରନ କରି ପାଭିଲିୟନ ଫେରିଥିଲେ । ରମଣଦୀପ (13) ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details