ହାଇଦ୍ରାବାଦ :ବିଧାୟିକା ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ ଜାଡେଜା । ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ବିଧାୟିକା ପତ୍ନୀଙ୍କୁ ଜଣାଇଲେ ଶୁଭେଚ୍ଛା । ଏହା ସହିତ ଏକ ଟ୍ବିଟ କରି ଜାମନଗର ଜନତାଙ୍କୁ ଧନ୍ୟବାଦ ଜଣାଇବା ସହିତ ନିଜ ପତ୍ନୀଙ୍କର ଶୁଭ ମନାସିଛନ୍ତି ।
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରକାଶ ପାଇଛି ଗୁଜୁରାଟ ବିଧାନସଭା 2022 ନିର୍ବାଚନ ଫଳାଫଳ । ଗୁଜୁରାଟରେ ଭାରତୀୟ ଜନତା ପାର୍ଟି 2022 ବିଧାନସଭା ନିର୍ବାଚନରେ 182 ସିଟରୁ 156 ଟି ସିଟ ହାତେଇବାରେ ସଫଳ ହୋଇଛି । ତେବେ ଚଳିତ ଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ଚର୍ଚ୍ଚିତ ଚେହେରା ବିଜୟୀ ଲାଭ କରିଛନ୍ତି । ତାଙ୍କ ମଧ୍ୟରୁ ଟିମ୍ ଇଣ୍ଡିଆ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଜାମନଗର ଉତ୍ତର ଆସନରୁ ବିଜୟୀ ଲାଭ କରିଛନ୍ତି । ରିଭାବା ତାଙ୍କ ପ୍ରତିଦ୍ବନ୍ଦୀଠାରୁ 53 ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ରିଭାବାଙ୍କୁ ମୋଟ 88, 835 ଟି ଭୋଟ ମିଳିଥିଲା ।
ଏହି ଅବସରରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ନିର୍ବାଚନରେ ରିଭାବାଙ୍କୁ ବିଧାୟକ ଭାବରେ ବିଜୟ କରାଇଥିବାରୁ ଜାମନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ସେ ରିଭାବାଙ୍କ ପାଇଁ ଏକ ଟ୍ବିଟ ମଧ୍ୟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି "ହେଲୋ ବିଧାୟିକା, ଆପଣ ଏହାର ଦାବିଦାର । ଜାମନଗର ଜନତାଙ୍କର ବିଜୟ ହୋଇଛି । ମୁଁ ସମସ୍ତ ଜନତାଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି । ଆଶାପୁରା ମାତାଙ୍କୁ ଏହା ପ୍ରାର୍ଥନା କି ଆପଣ ଜାମନଗରବାସୀଙ୍କ ସେବା ବହୁତ ଭଲ ଭାବରେ କରିବେ । ଜୟ ମାତା ଦୀ ।"
ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା 2019ରେ ବିଜେପିରେ ମିଶିଥିଲେ । ନିର୍ବାଚନ ଲଢିବା ବାବଦରେ ପଚାରିବାରୁ ରିଭାବା କହିଥିଲେ ଯଦି ପ୍ରଧାନମନ୍ତ୍ରୀ ଚାହାଁନ୍ତି ସେ ଜାମନଗରବାସୀଙ୍କର ସେବା କରନ୍ତୁ ତାହେଲେ ସେ ନିଶ୍ଚୟ ନିର୍ବାଚନ ଲଢିବେ । ରିଭାବା ପ୍ରଥମ ପ୍ରୟାସରେ ହିଁ ବିଧାନସଭା ନିର୍ବାଚନରେ ବିଜେପି ତରଫରୁ ଲଢି ଜାମନଗର ଉତ୍ତର ଆସନରୁ ବିଜୟୀ ହୋଇଛନ୍ତି । ସେ ତାଙ୍କ ପତ୍ନୀଙ୍କ ଏକ ରୋଡ ସୋ କରିବା ସହିତ ଜାମନଗରବାସୀଙ୍କୁ ରିଭାବାଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ ରବିନ୍ଦ୍ର ଜାଡେଜା । କେବେଳ ଜାମନଗରବାସୀ ନୁହେଁ କ୍ରିକେଟପ୍ରେମୀଙ୍କୁ ମଧ୍ୟ ରିଭାବାଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ ।