ଓଡିଶା

odisha

ETV Bharat / sports

Ranji Trophy: ଜାଡେଜାଙ୍କ ଜବରଦସ୍ତ ସୋ, ତାମିଲନାଡୁ ବିପକ୍ଷରେ ଅକ୍ତିଆର କଲେ ୭ୱିକେଟ - ରବୀନ୍ଦ୍ର ଜାଡେଜା

ରଣଜୀ ଟ୍ରଫିରେ ଜାଡେଜାଙ୍କ ଜବରଦସ୍ତ ସୋ । ତାମିଲନାଡୁ ବିପକ୍ଷରେ ଅକ୍ତିଆର କଲେ ୭ ଟି ୱିକେଟ । ଅଧିକ ପଢନ୍ତୁ

ରବୀନ୍ଦ୍ର ଜାଡେଜା
ରବୀନ୍ଦ୍ର ଜାଡେଜା

By

Published : Jan 26, 2023, 8:39 PM IST

ସୌରାଷ୍ଟ୍ର:ଆହାତ ପରେ କ୍ରିକେଟ ମଇଦାନରେ ଜାଡେଜାଙ୍କ ଦମଦାର ଏଣ୍ଟ୍ରି । ରଣଜୀ ଟ୍ରଫିରେ ଜାଡେଜାଙ୍କ ଜବରଦସ୍ତ ସୋ । ତାମିଲନାଡୁ ବିପକ୍ଷରେ ଅକ୍ତିଆର କଲେ ୭ ୱିକେଟ । ଆହତ କାରଣରୁ ଦୀର୍ଘ ଦନି ଧରି କ୍ରିକେଟ ମଇଦାନରୁ ଦୂରେଇ ରହିବା ପରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଜବରଦସ୍ତ କମବ୍ୟାକ କରିଛନ୍ତି । ରଣଜୀ ଟ୍ରଫିରେ ସୌରାଷ୍ଟ୍ର ଜାଡେଜାଙ୍କ ନେତୃତ୍ବରେ ଖେଳୁଛି । ଆଜି (ଗୁରୁବାର) ତାମିଲନାଡୁ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଜାଡେଜା ଦ୍ବିତୀୟ ଇନିଂସରେ ତାମିଲନାଡୁକୁ ୧୩୩ ରନରେ ଅଟକାଇଥିଲେ । ଜାଡେଜାଙ୍କ ଘାତକ ବୋଲିଂ ଆଗରେ ହାର ମାନିଥିଲେ ତାମିଲନାଡୁ ବ୍ୟାଟର । ତାମିଲନାଡୁର ନିୟମିତ ବ୍ୟବଧାନରେ ୱିକେଟ ପତନ ଘଟିବା ସହିତ ଆତ୍ମସର୍ମପଣ କରିଥିଲା ତାମିଲନାଡୁ ବ୍ୟାଟିଂ ଅର୍ଡର । ଏହି ଦ୍ବିତୀୟ ଇନିଂସରେ ଜାଡେଜା ୧୭.୧ ଓଭର ବୋଲିଂ କରି ୫୩ ରନ ବ୍ୟୟରେ ଅକ୍ତିଆର କରିଥିଲେ ୭ ଟି ୱିକେଟ । ସେପଟେ ତାମିଲନାଡୁ ଦ୍ବିତୀୟ ଇନିଂସରେ ୩୬ୟ୧ ଓଭରରେ ୧୩୩ ରନ କରି ଅଲ ଆଉଟ ହୋଇଥିଲା ।

୨୦୨୨ ଏସିଆ କପରୁ ଦୁଇଟି ମ୍ୟାଚ ଖେଳି ଆହତ କାରଣରୁ ଦୀର୍ଘ ଦିନ ଧରି କ୍ରିକେଟ ମଇଦାନରୁ ବ୍ରେକ ନେଇଥିଲେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଏହା ପରେ ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଥିଲା । ତାଙ୍କ ଆଣ୍ଠୁର ସଫଳ ଅସ୍ତ୍ରୋପଚାର ହେବା ପରେ ସେ ଫିଟ୍ ହୋଇ କ୍ରିକେଟ ମଇଦାନକୁ ଫେରିଛନ୍ତି । ଜାଡେଜା ରଣଜୀ ଟ୍ରଫିରେ ସୌରାଷ୍ଟ୍ର ତରଫରୁ ନେତୃତ୍ବ ନେଇଛନ୍ତି । ଏହା ସହିତ ସେ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ଦୁଇଟି ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ସ୍କ୍ବାଡରେ ସ୍ଥାନ ପାଇଛନ୍ତି । ସେହିପରି NCA ଫେବୃଆରୀ ୧ତାରିଖରେ ଜାଡେଜାଙ୍କୁ ଫିଟନେସ ପ୍ରମାଣପତ୍ର BCCIକୁ ହସ୍ତାନ୍ତର କରିବ । ତେବେ ଏହି ପ୍ରମାଣପତ୍ର ପରେ BCCI ଜାଡେଜାଙ୍କ ଉପରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବା ନେଇ ନିଷ୍ପତ୍ତି ନେବ । ଭାରତ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଫେବୃଆରୀ ୯ ତାରିଖରେ ନାଗପୁରରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ ।

ତାମିଲନାଡୁ ବନାମ ସୌରାଷ୍ଟ୍ର ରଣଜୀ ଟ୍ରଫି ମ୍ୟାଚରେ ତାମିଲନାଡୁ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ପାଳିରେ ତାମିଲନାଡୁ ୩୨୪ ରନ କରି ଅଲଆଉଟ ହୋଇଥିଲା । ଜାଡେଜା ପ୍ରଥମ ପାଳିରେ ଏତେଟା କମାଲ ଦେଖାଇପାରିନଥିଲେ । ଏହି ପାଳିରେ ମାତ୍ର ଗୋଟିଏ ୱିକେଟ ନେଇଥିଲେ । ସେହିପରି ପ୍ରଥମ ଇନିଂସରେ ସୌରାଷ୍ଟ୍ର ୧୯୨ ରନ କରି ଅଲଆଉଟ ରହିଥିଲା । ଜାଡେଜା ୧୫ ରନ କରିଥିଲେ । ଦ୍ବିତୀୟ ଇନିଂସରେ ତାମିଲନାଡୁକୁ ୧୩୩ ରନରେ ରୋକିବାରେ ସଫଳ ରହିଥିଲେ ଜାଡେଜା । ସେ ଦ୍ବିତୀୟ ପାଳିରେ ୭ ଟି ୱିକେଟ ଅକ୍ତିଆର କରିଥିଲେ । ତେବେ ସୌରାଷ୍ଟ୍ରକୁ ମ୍ୟାଚ ଜିତିବା ପାଇଁ ୨୬୨ ରନ ଆବଶ୍ୟକ ରହିଛି ।

ABOUT THE AUTHOR

...view details