ଓଡିଶା

odisha

ETV Bharat / sports

ଭାରତକୁ ଶକ୍ତ ଝଟକା, ଟି-୨୦ ବିଶ୍ୱକପରୁ ବାଦ ପଡିବେ ଜାଡେଜା !

ଟି-୨୦ ବିଶ୍ବ କପରୁ ବାଦ ପଡିପାରନ୍ତି ଅଲରାଉଣ୍ଡର ଜାଡେଜା । ରବୀନ୍ଦ୍ର ଜାଡେଜାଙ୍କ ( Ravindra Jadeja ) ଡାହାଣ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଳରୁ ବାଦ ପଡିଛନ୍ତି । ଅଧିକ ପଢନ୍ତୁ

ଭାରତକୁ ଶକ୍ତ ଝଟକା, ଟି୨୦ ବିଶ୍ବ କପ ଖେଳିବେନି ଜାଡେଜା
ଭାରତକୁ ଶକ୍ତ ଝଟକା, ଟି୨୦ ବିଶ୍ବ କପ ଖେଳିବେନି ଜାଡେଜା

By

Published : Sep 3, 2022, 9:46 PM IST

ହାଇଦ୍ରାବାଦ: ଭାରତକୁ ଲାଗିଲା ଶକ୍ତ ଝଟକା । ଟି-୨୦ ବିଶ୍ବ କପରୁ ବାଦ ପଡି ପାରନ୍ତି ଅଲରାଉଣ୍ଡର ଜାଡେଜା । ରବୀନ୍ଦ୍ର ଜାଡେଜାଙ୍କ ( Ravindra Jadeja ) ଡାହାଣ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଳରୁ ବାଦ ପଡିଛନ୍ତି । ଏବେ ସେ ଚିକିତ୍ସାଧୀନ ଥିବା ବେଳେ ଆଗକୁ ଆଣ୍ଠୁରେ ଅସ୍ତ୍ରପଚାର ହେବା ନେଇ ସୂଚନା ରହିଛି ।

ତେବେ ଆଜି ପ୍ରେସମିଟରେ ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କହିଛନ୍ତି ଯେ, ଆମେ ଜାଡେଜାଙ୍କ ଆହାତ ଖବର ନେଇ ଅବଗତ ଅଛୁ । ତେବେ ସେ ଆଗକୁ ଅସ୍ତ୍ରପଚାର କରିବେ ଏବଂ ଏବେଠୁ ବିଶ୍ୱକପ ନେଇ କିଛି କହିବା ଠିକ୍ ହେବ ନାହିଁ ।

ଏକ ନ୍ୟୁଜ ଏଜେନ୍ସି ଖବର ସୂତ୍ରରୁ ଜଣାପଡିଛି, ଜାଡେଜାଙ୍କ ଡାହାଣ ଆଣ୍ଠୁରେ ଗୁରୁତର ଭାବରେ ଆଘାତ ଲାଗିଛି ( Jadeja's right knee injury is pretty serious )। ତାଙ୍କର ଆଣ୍ଠୁରେ ଏକ ବଡ ଧରଣର ସର୍ଜରୀ କରାଯିବାର ଆଶଙ୍କା ରହିଛି । ଯେଉଁ କାରଣରୁ ସେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଳରୁ ବାଦ ପଡି ପାରନ୍ତି । ଅଷ୍ଟ୍ରେଲିଆରେ ଆଗକୁ ଟି-୨୦ ବିଶ୍ବକପ ଖେଳା ଯିବ । ଟି-୨୦ ବଶ୍ବ କପ ପାଇଁ ଭାରତ ଆଗକୁ ଟି-୨୦ ସ୍କ୍ବାର୍ଡ ଘୋଷଣା କରିବ । ହେଲେ ଏଥିରୁ ବାଦ ପଡିପାରନ୍ତି ଭାରତର ଭରସାଯୋଗ୍ୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଏନେଇ ରୋହିତ ବାହିନୀକୁ ଶକ୍ତ ଝଟକା ଲଗିଛି । ଜାଡେଜା ଆହତ କାରଣରୁ ଏସିଆ କପରୁ ବାଦ ପଡି ଭାରତକୁ ପ୍ରଥମ ଝଟକା ଦେଇଥିଲେ ।

ଏସିଆ କପର ଗ୍ରୁପ ଏରେ ଭାରତ ଖେଳିଥିବା ପାକିସ୍ତାନ ଏବଂ ହଂକଂ ବିପକ୍ଷ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କର ଭଲ ପ୍ରଦର୍ଶନ ରହିଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଜାଡେଜା ବ୍ୟାଟିଂରେ ଗୁରୁତ୍ବପୂର୍ଣ୍ଣ ଇଂନିସ ସହ ବୋଲିଂରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ୨୯ ବଲରୁ ୩୫ ରନର ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ । ସେହିପରି ହଂକଂ ବିପକ୍ଷରେ ଜାଡେଜା ୪ ଓଭର ବୋଲିଂ କରି ୧୫ ରନ୍‌ ବ୍ୟୟରେ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ABOUT THE AUTHOR

...view details