ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ସ୍ଥିତି ସଙ୍ଗୀନ ରହିଛି । ଏଭଳି ସ୍ଥିତିରେ ମାସ୍କର ବ୍ୟବହାର ଜରୁରୀ ହୋଇ ପଡ଼ିଛି । ତେବେ ଯେଉଁମାନେ ମାସ୍କ କିଣିବାକୁ ଅସମର୍ଥ ସେମାନଙ୍କୁ ମାଗଣାରେ N-95 ମାସ୍କ ଯୋଗାଇ ଦେବେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ମହାମାରୀ କୋରୋନା ସହ ଲଢ଼େଇ ପାଇଁ ସେ ଯଥାଶୀଘ୍ର କୋଭିଡ ଭ୍ୟାକ୍ସିନ ନେବାକୁ ଅନୁରୋଧ କରିଛନ୍ତି ।
ଏହାକୁ ନେଇ ଅଶ୍ବିନ ଟ୍ବିଟ କରି କହିଛନ୍ତ ଯ, "ମୁଁ ସଭିଙ୍କୁ ନିବେଦନ କରୁଛି ଯେ, ସଭିଏଁ ଭ୍ୟାକ୍ସିନ ନିଅନ୍ତୁ । ସାମାଜିକ ଦୂରତା ରକ୍ଷା କରିବା ସହ ଦୁଇଟି ମାସ୍କ ବ୍ୟବହାର ଉପରେ ଗୁରୁତ୍ବ ଦିଅନ୍ତୁ । କପଡ଼ା ମାସ୍କ ବ୍ୟବହାର କରନ୍ତୁ ନାହିଁ । ମହାମାରୀ ସହ ଲଢ଼େଇ ପାଇଁ ଏହି ଦୁଇଟି ଅସ୍ତ୍ର ଗୁରୁତ୍ବପୂର୍ଣ୍ଣ ।"