ଚେନ୍ନାଇ: ଆଉ ତିନି ଦିନ ପରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଦିନ ଯେତିକି ପାଖଉଛି ଦେଶବାସୀଙ୍କ ମନରେ ସେତିକି ଉତ୍ସାହ ବଢୁଛି । ରାମ ନାମରେ ପ୍ରକମ୍ପିତ ହେଉଛି ଗଗନ ପବନ । ଏହି ସମାରୋହରେ ସାମିଲ ହେବାକୁ ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି, ଶିଳ୍ପପତି ଓ ଖେଳାଳିଙ୍କୁ ନିମନ୍ତ୍ରଣ କରାଯାଉଛି । ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଭାରତୀୟ ଟିମର ବୋଲର ରବିଚନ୍ଦ୍ରନ ଅଶ୍ବିନଙ୍କୁ ନିମନ୍ତ୍ରଣ କରାଯାଇଛି । ତାମିଲନାଡୁର ବିଜେପି ସମ୍ପାଦକ ଏସଜି ସୂରିୟ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଧୋନୀଙ୍କୁ ନିମନ୍ତ୍ରଣ
ଏହା ମଧ୍ୟ ପଢନ୍ତୁ-ରାମ ମନ୍ଦିର ଉଡାଇବାକୁ ଧମକ ଘଟଣା; ଅଯୋଧ୍ୟାରେ ବଢିଲା ସୁରକ୍ଷା, ଛକ ଛକରେ ଲାଗିଲା ସିସିଟିଭି
ରବିଚନ୍ଦ୍ରନ ଅଶ୍ବିନଙ୍କ ବ୍ୟତିତ ବହୁ କ୍ରିକେଟରଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର, ବର୍ତ୍ତମାନର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ନିମନ୍ତ୍ରିତ ଅତିଥି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାର ସମ୍ଭାବନା ରହିଛି ।
ଏହା ମଧ୍ୟ ପଢନ୍ତୁ-ଗର୍ଭଗୃହରେ ବିରାଜିଲେ ରାମଲାଲା, ସାମ୍ନାକୁ ଆସିଲା ପ୍ରଭୁଙ୍କ ପ୍ରଥମ ଝଲକ
ସୋମବାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗତ 16 ତାରିଖରୁ ରାମ ମନ୍ଦିରରେ ଧାର୍ମିକ ରୀତିନୀତି ଆରମ୍ଭ ହୋଇଛି । ଗୁରୁବାର ମନ୍ଦିର ଗର୍ଭ ଗୃହରେ ରାମଲାଲାଙ୍କ ବିଗ୍ରହକୁ ସ୍ଥାପନା କରାଯାଇଥିଲା । ଆଜି ରାମଲାଲାଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିଥିଲା । ଗର୍ଭଗୃହରେ ଦଣ୍ଡାୟମାନ ଅବସ୍ଥାରେ ସ୍ଥାପନ ହୋଇଛି ରାମଲାଲାଙ୍କ ବିଗ୍ରହ । 21 ତାରିଖରେ ଧାର୍ମିକ ନୀତି ଶେଷ ହେବା ପରେ 22 ତାରିଖରେ ପ୍ରଧାନମନ୍ତ୍ରୀ ମନ୍ଦିର ପ୍ରାଣ ପ୍ରତିଷ୍ଠା କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ 12ଟା 20 ମିନିଟରୁ ଏହି ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହୋଇ 40 ମିନିଟ ପର୍ଯ୍ୟନ୍ତ ଚାଲିବ । ଏହି ଭବ୍ୟ ସମାରୋହରେ ପ୍ରାୟ 10 ହଜାରରୁ ଊର୍ଦ୍ଧ୍ବ ଲୋକ ସାମିଲ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରିଛନ୍ତି ।