ଓଡିଶା

odisha

ICC Test Rankings: ଅଲରାଉଣ୍ଡର ତାଲିକାର ଦ୍ବିତୀୟ ସ୍ଥାନରେ ଅଶ୍ବିନ

By

Published : Mar 30, 2022, 7:20 PM IST

ICC ପକ୍ଷରୁ ଜାରି ହୋଇଛି ନୂଆ ଟେଷ୍ଟ ରାଙ୍କିଂ । ନୂଆ ରାଙ୍କିଂରେ ଟେଷ୍ଟରେ ଅଲରାଉଣ୍ଡର ତାଲିକାରେ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଅଧିକ ପଢ଼ନ୍ତୁ

ICC Test Rankings: ଅଲରାଉଣ୍ଡର ତାଲିକାର ଦ୍ବିତୀୟ ସ୍ଥାନରେ ଅଶ୍ବିନ
ICC Test Rankings: ଅଲରାଉଣ୍ଡର ତାଲିକାର ଦ୍ବିତୀୟ ସ୍ଥାନରେ ଅଶ୍ବିନ

ଦୁବାଇ: ICC ପକ୍ଷରୁ ଜାରି ହୋଇଛି ନୂଆ ଟେଷ୍ଟ ରାଙ୍କିଂ । ନୂଆ ରାଙ୍କିଂରେ ଟେଷ୍ଟରେ ଅଲରାଉଣ୍ଡର ତାଲିକାରେ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଏହି ତାଲିକାର ଶୀର୍ଷରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅପରିବର୍ତ୍ତିତ ରହିଛନ୍ତି । ୱେଷ୍ଟ ଇଣ୍ଡିଜର ଅଲ୍‌ରାଉଣ୍ଡର ଜେସନ ହୋଲ୍ଡର ତୃତୀୟ ସ୍ଥାନକୁ ଖସି ଆସିଛନ୍ତି ।

ସେପଟେ ବୋଲର ତାଲିକାର ମଧ୍ୟ ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେପଟେ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଥିବାବେଳେ ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ପ୍ୟାଟ କମିନ୍ସ ।

ବ୍ୟାଟରଙ୍କ ତାଲିକାରେ ଅଧିନାୟକ ରୋହିତ ଶର୍ମା ଅଷ୍ଟମ ସ୍ଥାନରେ ରହିଛନ୍ତି । ପୂର୍ବତନ ଅଧିନାୟକ ବିରାଟ କୋହିଲ ଏହି ତାଲିକାରେ ଦଶମ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details