ଓଡିଶା

odisha

By

Published : Feb 3, 2023, 7:34 PM IST

ETV Bharat / sports

IND vs AUS Test Series: ଅଶ୍ବିନଙ୍କ ଅପେକ୍ଷାରେ ରେକର୍ଡ, ପଛରେ ପଡିବେ ଏହି କିମ୍ବଦନ୍ତୀ

ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଟେଷ୍ଟ ମ୍ୟାଚରେ ଆଉ ଗୋଟିଏ ୱିକେଟ ନେଲେ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିଅରରେ ୪୫୦ଟି ୱିକେଟ ଦଖଲ କରିଥିବା କ୍ରିକେଟର ହେବେ । ଅଧିକ ପଢନ୍ତୁ

ରବିଚନ୍ଦ୍ରନ ଅଶ୍ବୀନ
ରବିଚନ୍ଦ୍ରନ ଅଶ୍ବୀନ

ହାଇଦ୍ରାବାଦ: ରେକର୍ଡ ଅପେକ୍ଷାରେ ଅଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ଟେଷ୍ଟ ମ୍ୟାଚ୍‌ରେ ଆଉ ଗୋଟିଏ ୱିକେଟ ଦଖଲ କଲେ ସେ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚରେ ୪୫୦ଟି ୱିକେଟ ଅକ୍ତିଆର କରିବା କିର୍ତ୍ତୀମାନ ହାସଲ କରିିବେ । ଏହି ୩୬ ବର୍ଷୀୟ ସ୍ପିନର ଏପର୍ଯ୍ୟନ୍ତ ୮୮ଟି ଟେଷ୍ଟ୍‌ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ୨୪.୩୦ ହାରରେ ୪୪୯ ୱିକେଟ ନେଇଛନ୍ତି । ଗୋଟିଏ ୱିକେଟ ଅକ୍ତିଆର କରିବା ପରେ ଅଶ୍ବିନ ଟେଷ୍ଟରେ ୪୫୦ଟି ୱିକେଟ ହାତେଇବେ ।

ଭାରତର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ଅନିଲ କୁମ୍ବଲେ ୯୩ଟି ଟେଷ୍ଟ ମ୍ୟାଚ ଖେଳି ୪୫୦ଟି ୱିକେଟ ନିଜ ନାମରେ କରିଛନ୍ତି । ସେହିପରି ଟେଷ୍ଟ ଇତିହାସରେ ସବୁଠୁ ଦ୍ରୁତ ୪୫୦ଟି ୱିକେଟ ଅକ୍ତିଆର କରିଥିବା ରେକର୍ଡ ଶ୍ରୀଲଙ୍କା କ୍ରିକେଟର ମୁଥିୟା ମୁରଲୀଧରନଙ୍କ ନାମରେ ରହିଛି । ମୂରଲୀଧରନ ୮୦ଟି ଟେଷ୍ଟ ମ୍ୟାଚରୁ ୪୫୦ଟି ୱିକେଟ ନେଇଥିଲେ । ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ୱିକେଟ ଅକ୍ତିଆର କରିଥିବା ରେକର୍ଡ ମୂରଲୀଧରନଙ୍କ ନାମରେ ରହିଛି । ସେ ୮୦୦ଟି ୱିକେଟ ନେଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷରେ ଅଶ୍ବୀନଙ୍କ ରେକର୍ଡ:- ଅଷ୍ଟ୍ରେଲିଆ ବିପକ୍ଷରେ ସ୍ପିନର ରବିଚନ୍ଦ୍ରନ ଅଶ୍ବୀନଙ୍କ ଦମଦାର ପ୍ରଦର୍ଶନ ରହିଥିବା ରେକର୍ଡ ରହିଛି । ସେ ଅଷ୍ଟ୍ରେଲିଆ ବିପକ୍ଷରେ ଏପର୍ଯ୍ୟନ୍ତ ୧୮ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏହି ମ୍ୟାଚରେ ସେ ୮୯ଟି ୱିକେଟ ହାତେଇବାର ରେକର୍ଡ ରହିଛି । ସେ ପାଞ୍ଚ ଥର ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ୱିକେଟ ଓ ଗୋଟିଏ ଥର ୧୦ଟି ୱିକେଟ ନେଇଥିବା ରେକର୍ଡ ରହିଛି । ରବିଚନ୍ଦ୍ରନ ଅଶ୍ବିନ ବର୍ଷ ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ବର୍ଡର ଗାଭାସ୍କର ଟ୍ରଫି ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ । ଫେବୃଆରୀ ୯ ତାରିଖରୁ ମାର୍ଚ୍ଚ ୧୫ ତାରିଖ ଯାଏଁ ଚାରି ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଭାରତ । ପ୍ରଥମ ଟେଷ୍ଟ ମ୍ୟାଚ୍‌ ଫେବୃଆରୀ ୯ ତାରିଖରେ ନାଗପୁରରେ ଖେଳାଯିବ । ଏଥିରେ ଅଶ୍ବିନ ଗୋଟିଏ ୱିକେଟ ହାସଲ କରିବା ପରେ ଟେଷ୍ଟ ଇତିହାସରେ କିମ୍ବଦନ୍ତୀଙ୍କ ରେକର୍ଡ ଭାଙ୍ଗିବେ ।

ଟିମ୍‌ ଇଣ୍ଡିଆ ସ୍କ୍ବାଡ୍‌ - ରୋହିତ ଶର୍ମା( ଅଧିନାୟକ), ଲୋକେଶ ରାହୁଲ(ଉପଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, କେଏସ ଭରତ (ୱିକେଟ କିପର), ଇଶାନ କିଶାନ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବୀନ, ଅକ୍ଷର ପଟେଲ, କୂଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମ୍ମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନଦକତ, ସୂର୍ଯ୍ୟକୁମାର ଯାଦବ ।

ଟେଷ୍ଟ ସିରିଜ

ପ୍ରଥମ ଟେଷ୍ଟ ମ୍ୟାଚ୍ - ନାଗପୁର - ଫେବୃଆରୀ ୯ରୁ - ଫେବୃଆରୀ ୧୩ ତାରିଖ

ଦ୍ବିତୀୟ ଟେଷ୍ଟ ମ୍ୟାଚ୍ - ଦିଲ୍ଲୀ - ଫେବୃଆରୀ ୧୭ରରୁ - ଫେବୃଆରୀ ୨୧ ତାରିଖ

ତୃତୀୟ ଟେଷ୍ଟ ମ୍ୟାଚ୍ - ଧର୍ମଶାଳା - ମାର୍ଚ୍ଚ ୧ରୁ - ମାର୍ଚ୍ଚ ୫ ତାରିଖ

ଚତୁର୍ଥ ଟେଷ୍ଟ ମ୍ୟାଚ୍ - ଅହମ୍ମଦାବାଦ - ମାର୍ଚ୍ଚ ୯ ରୁ - ମାର୍ଚ୍ଚ ୧୫ ତାରିଖ

ABOUT THE AUTHOR

...view details