ଓଡିଶା

odisha

ETV Bharat / sports

କୋହଲି-ଶାସ୍ତ୍ରୀଙ୍କ ଉପରେ BCCI ଖପ୍ପା ! - ବିରାଟ କୋହଲି

କ୍ୟାପଟେନ ବିରାଟ କୋହଲି ଓ ଟିମର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ଉପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅସନ୍ତୁଷ୍ଟ । ଅଧିକ ପଢନ୍ତୁ...

Ravi Shastri, Virat Kohli for attending a crowded event, team's administrative manager Under BCCI Scanner
କୋହଲି-ଶାସ୍ତ୍ରୀଙ୍କ ଉପରେ BCCI ଖପ୍ପା !

By

Published : Sep 7, 2021, 5:55 PM IST

ଲଣ୍ଡନ: ଟିମ ଇଣ୍ଡିଆର ଓଭାଲ ଟେଷ୍ଟ ବିଜୟରେ ଭାରତୀୟ କ୍ରିକେଟ ପ୍ରେମୀ ଉଲ୍ଲସିତ ଅଛନ୍ତି । ମାତ୍ର କ୍ୟାପଟେନ ବିରାଟ କୋହଲି ଓ ଟିମର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ଉପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅସନ୍ତୁଷ୍ଟ ଥିବା ଜଣପଡିଛି । ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସରିଜ ଖେଳିବାକୁ ଭାରତୀୟ ଟିମ ୟୁକେରେ ପ୍ରାୟ ଏକ ମାସରୁ ଅଧିକ ସମୟ ଧରି ବାୟୋବବଲରେ ରହିଛି । ତେବେ ଗତ ସପ୍ତାହରେ କୋଚ୍‌ ରବି ଶାସ୍ତ୍ରୀ ଓ କ୍ୟାପଟେନ ବିରାଟ କୋହଲି ଲଣ୍ଡନରେ ଏକ ପବ୍ଳିକ ଇଭେଣ୍ଟରେ ସାମିଲ ହୋଇଥିବା BCCI ସୂତ୍ରରୁ ଜଣାପଡିଛି ।

ରବିବାର ଶାସ୍ତ୍ରୀ COVID-19 ପଜିଟିଭ ଚିହ୍ନଟ ହୋଇଥିବାବେଳେ, ବୋଲିଂ କୋଚ୍‌ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍‌ ଆର ଶ୍ରୀଧର ମଧ୍ୟ ସଂସ୍ପର୍ଶରେ ଆସି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟିମର ଫିଜିଓ ନୀତିନ ପଟେଲ ମଧ୍ୟ ଆଇସୋଲେସନରେ ରହିଛନ୍ତି ।

ଶାସ୍ତ୍ରୀ, କୋହଲି ଓ ଇଂଲଣ୍ଡ ଗସ୍ତରେ ଥିବା ଟିମର ଅନ୍ୟ ସଦସ୍ୟ ଗତ ମଙ୍ଗଳବାର ବୁକ୍‌ ଲଞ୍ଚ୍‌ ଇଭେଣ୍ଟରେ ସାମିଲ ହୋଇଥିଲେ, ଯେଉଁ ଇଭେଣ୍ଟ ହୋଟେଲଟି ଲୋକ ଗହଳି ରହିଥିଲା । ଇଭେଣ୍ଟ ସମୟରେ ଶାସ୍ତ୍ରୀ ଷ୍ଟେଜରେ ମଧ୍ୟ ବସିଥିଲେ । ତେବେ ଏହି ଇଭେଣ୍ଟରେ ଯୋଗଦେବାକୁ ଭାରତୀୟ ଟିମ ବୋର୍ଡଠାରୁ ଉପଯୁକ୍ତ ଅନୁମତି ନେଇନଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details