ଆବୁଧାବି:ଆଫଗାନିସ୍ତାନ ଷ୍ଟାର ସ୍ପିନର ରସିଦ ଖାନ ରବିବାର କ୍ରିକେଟ'ର ଛୋଟ ଫର୍ମାଟରେ ୪୦୦ ୱିକେଟ ହାସଲ କରିବାରେ ଚତୁର୍ଥ ବୋଲର ହୋଇଛନ୍ତି । ଚଳିତ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଏହି ସଫଳତା ହାସଲ କରିଛନ୍ତି ରସିଦ । ଟି-୨୦ କ୍ରିକେଟରେ ରସିଦଙ୍କ ୪୦୦ତମ ଶିକାର ନ୍ୟୁଜିଲାଣ୍ଡ ଓପନର ମାର୍ଟିନ ଗୁପ୍ଟିଲ ହୋଇଛନ୍ତି ।
ୱେଷ୍ଟଇଣ୍ଡିଜ ଅଲ୍-ରାଉଣ୍ଡର ଡ୍ବାଇନ ବ୍ରାଭୋ ୫୩୩ ୱିକେଟ ସହ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି । ସୁନୀଲ ନାରିନ ଓ ଇମ୍ରାନ ତାହିର ୪୨୫ ଓ ୪୨୦ ୱିକେଟ ହାସଲ କରି ଯଥାକ୍ରମେ ତାଲିକାର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।