ନୂଆଦିଲ୍ଲୀ:ଚଳିତ ସିଜିନର ରଣଜୀ ଟ୍ରଫି ଦୁଇଟି ପର୍ଯ୍ୟାୟରେ ଖେଳାଯିବ । ଇଣ୍ଡିଆନ ପ୍ରିମିୟର ଲିଗ(IPL) ପୂର୍ବରୁ ଟୁର୍ନାମେଣ୍ଟର ପ୍ରଥମ ପର୍ଯ୍ୟାୟ(Pre-IPL phase) ଫେବୃଆରୀ ୧୨ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଖେଳାଯିବ । ପରେ ଆଇପିଏଲ ଶେଷ ହେବାପରେ ଟୁର୍ନାମେଣ୍ଟର ଦ୍ବିତୀୟ ପର୍ଯ୍ୟାୟ ମଇ ୩୦ରୁ ଜୁନ୍ ୨୬ ପର୍ଯ୍ୟନ୍ତ ଖେଳାଯିବ । ଚଳିତ ସିଜିନର ରଣଜୀ ଟ୍ରଫି ୬୨ ଦିନ ଖେଳାଯିବାକୁ ଥିବାବେଳେ ୬୪ଟି ମ୍ୟାଚ୍ ଅନୁଷ୍ଠିତ ହେବ । ସମସ୍ତ ସଦସ୍ୟ ରାଜ୍ୟ ବୋର୍ଡ ଉଦ୍ଦେଶ୍ୟରେ BCCI ସମ୍ପାଦକ ଜୟ ଶାହା ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ଚଳିତ ସିଜିନର ରଣଜୀ ଟ୍ରଫି ଆୟୋଜନ ନେଇ ଉଲ୍ଲେଖ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ:Ranji Trophy: OCA କ୍ୟାମ୍ପ୍ ଆରମ୍ଭ, ଜାଫର୍ଙ୍କ ଗୁରୁମନ୍ତ୍ରରେ ଜିତିବ ଓଡିଶା
ଦେଶର ୯ଟି ପୃଥକ ଭେନ୍ୟୁରେ ରଣଜୀ ଟ୍ରଫି ଖେଳାଯିବା ନେଇ ସୂଚୀ ରହିଛି । ୮ଟି ଏଲିଟ ଗ୍ରୁପ ଓ ଗୋଟିଏ ପ୍ଲେଟ୍ ଗ୍ରୁପ ରହିଛି । ଏଲିଟ୍ ଗ୍ରୁପରେ ୪ଟି ଟିମ ଓ ପ୍ଲେଟ୍ ଗ୍ରୁପ୍ରେ ୬ଟି ଟିମ ରହିଛନ୍ତି । ପ୍ରତ୍ୟେକ ଏଲିଟ୍ ଗ୍ରୁପ୍ରୁ ଗୋଟିଏ ଟିମ କ୍ବାର୍ଟର-ଫାଇନାଲ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବ। ଯୋଗ୍ୟତା ଅର୍ଜନ କରିଥିବା ୮ଟି ଟିମ ମଧ୍ୟରୁ ନିମ୍ନ ମାନ୍ୟତା ଥିବା ଟିମ ପ୍ଲେଟ୍ ଗ୍ରୁପର ଶୀର୍ଷ ଟିମ ସହିତ ପ୍ରି-କ୍ବାର୍ଟରଫାଇନାଲ ମ୍ୟାଚ୍ ଖେଳିବେ ।
ଗ୍ରୁପ୍:
ଏଲିଟ୍ ଗ୍ରୁପ୍ A: ଗୁଜରାଟ, ମଧ୍ୟ ପ୍ରଦେଶ, କେରଳ ଓ ମେଘାଳୟ(ରାଜକୋଟ୍ରେ ଖେଳାଯିବ ମ୍ୟାଚ୍)