କଟକ: ରଣଜୀ ଟ୍ରଫିରେ ଓଡିଶାର ଶୋଚନୀୟ ପରାଜୟ । ପ୍ରଥମ ପାଳିରେ ସୌରାଷ୍ଟ୍ର 501 ରନ କରିଥିବା ବେଳେ ପ୍ରଥମ ଇନିଂସିର ପ୍ରଥମ ପାଳିରେ 165 ରନ୍ କରିଥିଲା ଓଡିଶା । ପ୍ରତିପକ୍ଷ ଦଳ ପକ୍ଷରୁ ଓଡିଶାକୁ ଫଲୋଅନ ଦିଆଯାଇଥିଲା ।
ତେବେ ଦ୍ୱିତୀୟ ପାଳିରେ ବ୍ୟାଟିଂ ଆରମ୍ଭ କରି ମାତ୍ର 205 କରିବାକୁ ସକ୍ଷମ ହୋଇଥିଲା ଓଡିଶା କ୍ରିକେଟ ଟିମ । ଫଳରେ ଏକ ଇନିଂସ ଏବଂ 131 ରନ ବ୍ୟବଧାନରେ ସୌରାଷ୍ଟ୍ର ଠାରୁ ପରାଜୟ ହୋଇଛି ଓଡିଶା । ଏପେଟେ ସୌରଷ୍ଟ୍ର ଟସ ଜିତି ପ୍ରଥମ ପାଳିରେ 501 ରନ ସଂଗ୍ରହ କରିଥିଲା । ଏହି ମ୍ୟାଚରେ ଜବରଦସ୍ତ ବିଜୟ ସହ ୭ ପଏଣ୍ଟ ପୋଛି ନେଇଛି ସୌରାଷ୍ଟ୍ର । ତେବେ ମ୍ୟାଚରେ ଦ୍ବିଶତୀୟ ଇନିଂସ ପାଇଁ ଚିରାଗ ଜାନିଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚନା କରାଯାଇଛି ।