ଓଡିଶା

odisha

ETV Bharat / sports

ଏଣିକି ଭାରତରେ ମହିଳା IPL: ବିସିସିଆଇର ଗ୍ରୀନ ସିଗନାଲ, ଖୁବଶୀଘ୍ର ନିଲାମୀ - Womens IPL

ଭାରତରେ ହେବ ମହିଳା ଆଇପିଏଲ ( Womens Indian Premier League ) । ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ନବ ନିଯୁକ୍ତ ଉପସଭାପତି ରାଜୀବ ଶୁକ୍ଲା । ଅଧିକ ପଢନ୍ତୁ

ଭାରତରେ ହେବ ମହିଳା ଆଇପିଏଲ
ଭାରତରେ ହେବ ମହିଳା ଆଇପିଏଲ

By

Published : Oct 18, 2022, 6:08 PM IST

ମୁମ୍ବାଇ: ଭାରତରେ ହେବ ମହିଳା ଆଇପିଏଲ ( Womens Indian Premier League ) । ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ନବ ନିଯୁକ୍ତ ଉପସଭାପତି ରାଜୀବ ଶୁକ୍ଲା । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ୯୧ ତମ ବାର୍ଷିକ ସାଧାରଣ ବୈଠକରେ ମହିଳା ଆଇପିଏଲକୁ ଗ୍ରୀନ ସିଗନାଲ ମିଳିିଛି । ଆଜି ( ମଙ୍ଗଳବାର ) ବିସିସିଆଇର ଉପସଭାପତି ନିଯୁକ୍ତ ହେବା ପରେ ରାଜୀବ ଶୁକ୍ଲା ଭାରତରେ ମହିଳା ଆଇପିଏଲ ଅନୁଷ୍ଠିତ ହେବା ନେଇ କହିଥିଲେ । ଏନେଇ ଆଇପିଏଲ ସଞ୍ଚାଳନ ପରିଷଦ ଏହାର ବିବରଣୀ ପ୍ରକାଶ କରିବ । ଏହା ପରେ ଫ୍ରାଞ୍ଚାଇଜ ନିଲାମ ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ।

ଆଜି ( ମଙ୍ଗଳବାର ) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ୯୧ ତମ ବାର୍ଷିକ ସାଧାରଣ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ଧିବଦ୍ଧ ଭାବରେ ରୋଜର ବିନ୍ନି ବିସିସିଆଇର ୩୬ ତମ ନୂଆ ସଭାପତି ହୋଇଛନ୍ତି । ବିନ୍ନି ବିସିସିଆଇ ଅଧ୍ୟକ୍ଷ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପ୍ରତିଦ୍ବନ୍ଦ୍ବୀ ଥିଲେ । ଏହା ସହିତ ଉପସଭାପତି ଭାବରେ ରାଜୀବ ଶୁକ୍ଲାଙ୍କୁ ନିଯୁକ୍ତ କରାଯାଇଛି । ବିସିସିଆଇର ନବନିଯୁକ୍ତ ଉପସଭାପତି ରାଜୀବ ଶୁକ୍ଲା କହିଛନ୍ତି, "ଆମେ ମହିଳା ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ । ଏନେଇ ଆଇପିଏଲ ସଞ୍ଚାଳନ ପରିଷଦକୁ ଅନ୍ତିମ ବିବରଣୀ ଦେବାକୁ କୁହାଯାଇଛି । ଫ୍ରାଞ୍ଚାଇଜ ନିଲମୀ ଏବଂ ଅନ୍ୟ ସମସ୍ତ କାର୍ଯ୍ୟ ଉପରେ ଏହା ପରେ ନିଷ୍ପତ୍ତି ନିଆଯିବ ।"

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ୯୧ ତମ ବାର୍ଷିକ ସାଧାରଣ ବୈଠକରେ ବିସିସିଆଇର ଅଧ୍ୟକ୍ଷ ଭାବରେ ଭାରତର ପୂର୍ବତନ କ୍ରିକେଟର ରୋଜର ବିନ୍ନୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଜୟ ଶାହା ବିସିସିଆଇର ସଚିବ ଭାବରେ ନିଜର ପଦବୀକୁ ବଜାୟ ରଖିବେ । ସେହିପରି ବ୍ରିଜେଶ ପଟେଲଙ୍କ ବଦଳରେ ଅରଣ ସିଂ ଧୁମଲଙ୍କୁ ଆଇପିଏଲର ଚେୟାରମ୍ୟାନ ଭାବରେ ନିଯୁକ୍ତ କରାଯାଇଛି ।

ABOUT THE AUTHOR

...view details