ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022)ର 63 ତମ ଲିଗ ମ୍ୟାଚ୍ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଛି । ରାଜସ୍ଥାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ୱିକେଟ ହରାଇ ମୋଟ ୧୭୮ ରନ କରିଛି । ଇନିଂସରେ ଯଶସ୍ବୀ ଜୈଶୱାଲ ସର୍ବାଧିକ ୪୧ ରନ କରିଛନ୍ତି ।
RR Vs LSG: ଟସ୍ ଜିତି ପ୍ରଥମେ ବ୍ୟାଟିଂ କଲା ରାଜସ୍ଥାନ, ଲକ୍ଷ୍ନୌ ଆଗରେ ୧୭୯ ରନ ଟାର୍ଗେଟ - ରାଜସ୍ଥାନ ଲକ୍ଷ୍ନୌ ମୁହାଁମୁହିଁ
ଆଇପିଏଲର 63 ତମ ଲିଗରେ ରାଜସ୍ଥାନ ଓ ଲକ୍ଷ୍ନୌ ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଆଗରେ ୧୭୯ ରନ୍ର ଟାର୍ଗେଟ ରଖିଛି ରାଜସ୍ଥାନ । ଅଧିକ ପଢନ୍ତୁ
ଫଳରେ ଲକ୍ଷ୍ନୌ ଆଗରେ ୧୭୯ ରନ୍ର ଟାର୍ଗେଟ ରହିଛି । ଜୈଶୱାଲ ୨୯ ବଲ୍ରେ ଗୋଟିଏ ଛକା ଓ ୪ଟି ଚୌକା ସହ ସର୍ବାଧିକ ୪୧ ରନ କରିଛନ୍ତି । ଏହାପରେ ଦେବଦତ୍ତ ପଡିକ୍କଲ ୧୮ ବଲ୍ରେ ୨ଟି ଛକା ଓ ୫ଟି ଚୌକା ସହ ୩୯ ରନ୍ କରିଛନ୍ତି । କ୍ୟାପଟେନ ସଞ୍ଜୁ ସାମସନ ୨୪ ବଲ୍ରେ ୬ଟି ଚୌକା ସହ ୩୨ ରନ କରିବାରେ ସକ୍ଷମ ହୋଇଛନ୍ତି । ୩ ଓଭର ଚାଲିଥିବା ବେଳେ ରାଜସ୍ଥାନର ପ୍ରଥମ ୱିକେଟ ପତନ ହୋଇଥିଲା । ଜସ ବଟଲର ପ୍ରଥମେ ଆଉଟ୍ ହୋଇଥିଲେ ।
ଲକ୍ଷ୍ନୌ ବୋଲରଙ୍କ ମଧ୍ୟରେ ରବି ବିଷ୍ଣୋଇ ୪ ଓଭର ବୋଲିଂ କରି ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ଆଭେଶ ଖାନ, ଜେସନ ହୋଲ୍ଡର, ଆୟୁଷ ବଦୋନି ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।