ଜୟପୁର: ଆଇପିଏଲ ବିଜେତା କ୍ୟାପେଟନ୍ ସେନ ୱାର୍ଣ୍ଣଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛି ରାଜସ୍ଥାନ ରୟାଲ୍ସ । ମୁଖ୍ୟ ମାଲିକ ମନୋଜ ବଡାଲେ କହିଛନ୍ତି ଫ୍ରାଞ୍ଚାଇଜ ଏହା ସୁନିଶ୍ଚିତ କରିବ ଯେ ମହାନ ସ୍ପିନର ସର୍ବଦା ସ୍ମରଣୀୟ ରହିବେ । ଶୁକ୍ରବାର ଥାଇଲାଣ୍ଡର କୋହ ସମୁଇର ଏକ ରିସୋର୍ଟରେ ଥିବାବେଳେ ସନ୍ଦେହଜନକ ଭାବେ ହୃଦଘାତର ଶିକାର ହୋଇଥିବା ୱାର୍ଣ୍ଣଙ୍କ ଦେହାନ୍ତ ହୋଇଥିଲା ।
ପ୍ରଥମ କ୍ୟାପଟେନ୍ଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲା ରାଜସ୍ଥାନ ରୟାଲ୍ସ - ରାଜସ୍ଥାନ ରୟାଲ୍ସ ଶ୍ରଦ୍ଧାଞ୍ଜଳି
ଆଇପିଏଲ ବିଜେତା କ୍ୟାପେଟନ୍ ସେନ ୱାର୍ଣ୍ଣଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛି ରାଜସ୍ଥାନ ରୟାଲ୍ସ । ମୁଖ୍ୟ ମାଲିକ ମନୋଜ ବଡାଲେ କହିଛନ୍ତି ଫ୍ରାଞ୍ଚାଇଜ ଏହା ସୁନିଶ୍ଚିତ କରିବ ଯେ ମହାନ ସ୍ପିନର ସର୍ବଦା ସ୍ମରଣୀୟ ରହିବେ । ଅଧିକ ପଢନ୍ତୁ
![ପ୍ରଥମ କ୍ୟାପଟେନ୍ଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲା ରାଜସ୍ଥାନ ରୟାଲ୍ସ RAJASTHAN ROYALS PAY TRIBUTE TO THEIR FIRST CAPTAIN](https://etvbharatimages.akamaized.net/etvbharat/prod-images/768-512-14649257-thumbnail-3x2-rr.jpg)
ପ୍ରଥମ କ୍ୟାପଟେନ୍ଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲା ରାଜସ୍ଥାନ ରୟାଲ୍ସ
ଏହାମଧ୍ୟ ପଢନ୍ତୁ: ସେହି ଶେଷ ଟ୍ବିଟ୍: କିଛି ଘଣ୍ଟା ପୂର୍ବରୁ ସାଥିଙ୍କୁ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି, ନିଜେ ଚାଲିଗଲେ
ବର୍ଷ ୨୦୦୮ରେ ଆଇପିଏଲର ଉଦ୍ଘାଟନୀ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଟିମର ନେତୃତ୍ବ ନେଇଥିଲେ ୱାର୍ଣ୍ଣ ଓ ଆଇପିଏଲ ଟ୍ରଫି ବିଜେତା କରାଇଥିଲେ । ୱାର୍ଣ୍ଣଙ୍କ ଉଦ୍ଦେଶ୍ୟରେ ଫ୍ରାଞ୍ଚାଇଜ ପକ୍ଷରୁ ଏହା କୁହାଯାଇଛି, "ୱାର୍ଣ୍ଣ ଆମର ପ୍ରଥମ କ୍ୟାପଟେନ ରହିଥିଲେ । ଆମର ପ୍ରଥମ ପରିବାରର ସଦସ୍ୟ ଓ ପ୍ରଥମ ଚାମ୍ପିଅନ । ଇଣ୍ଡିଆନ ପ୍ରିମିୟର ଲିଗର ପରିକଳ୍ପନାକୁ ସଫଳ କରିବାରେ ସହାୟକ ହୋଇଥିଲେ ।"