ଓଡିଶା

odisha

ETV Bharat / sports

IPL 2022: ଓ୍ୱାଙ୍ଖେଡରେ ବଟଲର୍‌ଙ୍କ ଧମାକା, ଦିଲ୍ଲୀ ଆଗରେ ୨୨୩ ରନ୍ ଟାର୍ଗେଟ - ଦିଲ୍ଲୀ ବନାମ ରାଜସ୍ଥାନ

IPL 2022ରେ ଜାରି ରହିଥିବା ୩୪ତମ ମ୍ୟାଚ୍‌ରେ ଧୂଆଁଦାର ପାଳି ଖେଳିଛନ୍ତି ରାଜସ୍ଥାନ ରାୟଲ୍ସର ଓପନର ଜୋଶ ବଟଲର୍‌ । ବଟଲରଙ୍କ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୨୩ ରନ୍‌ର ବିଶାଳ ଟାର୍ଗେଟ ଦେଇଛି । ଅଧିକ ପଢ଼ନ୍ତୁ

IPL 2022: ବଟଲର୍‌ଙ୍କ ଧୁଆଁଦାର ଶତକ, ଦିଲ୍ଲୀ ଆଗରେ ୨୨୩ ଟାର୍ଗେଟ
IPL 2022: ବଟଲର୍‌ଙ୍କ ଧୁଆଁଦାର ଶତକ, ଦିଲ୍ଲୀ ଆଗରେ ୨୨୩ ଟାର୍ଗେଟ

By

Published : Apr 22, 2022, 9:43 PM IST

ମୁମ୍ବାଇ: IPL 2022ରେ ଜାରି ରହିଥିବା ୩୪ତମ ମ୍ୟାଚ୍‌ରେ ଧୂଆଁଧାର ପାଳି ଖେଳିଛନ୍ତି ରାଜସ୍ଥାନ ରାୟଲ୍ସର ଓପନର ଜୋଶ ବଟଲର୍‌ । ବଟଲର୍‌ଙ୍କ ପ୍ରହାରରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କ ଲାଇନ୍‌ଲେନ୍ଥ ବିଗିଡ଼ି ଯାଇଥିଲା । ବଟଲରଙ୍କ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୨୩ ରନ୍‌ର ବିଶାଳ ଟାର୍ଗେଟ ଦେଇଛି ।

ଇନିଂସ ଆରମ୍ଭରୁ ହିଁ ରାଜସ୍ଥାନ ଓପନର ଜଗିରଖି ଖେଳିଥିଲେ । ତେବେ ପ୍ରଥମ ୪ ଓଭର ପରେ ଓପନରଙ୍କ ଖେଳିବା ତରିକା ବଦଳି ଯାଇଥିଲା । ଦେବଦତ୍ତ ପାଦିକ୍କଲ ଓ ଜୋଶ ବଟଲର୍‌ ବଡ଼ ସଟ୍‌ ଖେଳିବା ଆରମ୍ଭ କରି ଦେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ପାଇଁ ୧୫୫ ରନ୍‌ର ଭାଗିଦାରୀ ହୋଇଥିଲା । ଜୋଶ ବଟଲର୍‌ ୬୫ ବଲ୍‌ରୁ ୧୧୬ ରନ୍‌ କରିଛନ୍ତି । ଏଥିରେ ୯ଟି ଛକା ଓ ୯ଟି ଚୌକା ସାମିଲ ରହିଥିଲା ।

୧୫.୧ତମ ଓଭରରେ ରାଜସ୍ଥାନ ପ୍ରଥମ ୱିକେଟ ହରାଇଥିଲା । ସେତେବେଳକୁ ଦଳୀୟ ସ୍କୋର ୧୫୫ରେ ପହଞ୍ଚି ସାରିଥିଲା । ଦେବଦତ୍ତ ପାଦିକ୍କଲ ୫୪ ରନ୍‌ କରି ପାଭେଲିୟନ ଫେରିଥିଲେ । ଏହାପରେ ଅଧିନାୟକ ସଞ୍ଜୁ ସାମସନ୍‌ ମଧ୍ୟ ବଡ଼ ସଟ୍‌ ଖେଳିବା ଆରମ୍ଭ କରିଥିଲେ । ସେ ୧୯ ବଲ୍‌ରୁ ଦ୍ରୁତ ୪୬ ରନ୍‌ ସଂଗ୍ରହ କରିଥିଲେ । ଯାହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୨୨ ରନ୍‌ କରିଛି ।

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ମାତ୍ର ଦୁଇଟି ୱିକେଟ ନେବାକୁ ସକ୍ଷମ ହୋଇପାରିଛି । ଖଲିଲ୍‌ ଅହମ୍ମଦ ଓ ମୁସ୍ତାଫିଜୁର ରେହମାନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ସମସ୍ତ ବୋଲର ଆଜି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ତା ସହିତ ଦିଲ୍ଲୀ ଦଳ ପକ୍ଷରୁ ଅଥି ସାଧାରଣ ଫିଲ୍ଡିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ରାଜସ୍ଥାନ ଦେଇଥିବା ବିଶାଳ ଲକ୍ଷ୍ୟ ପିଛା ଦିଲ୍ଲୀ କିଭଳି କରିବ ତାହାରି ଉପରେ ନଜର ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details