ଓଡିଶା

odisha

ETV Bharat / sports

IPL 2022: ମାର୍ଚ୍ଚ ୨୬ରୁ ଆଇପିଏଲ ସମର, ଫେରିଲେ ମାଲିଙ୍ଗା

ପୁଣି ଆଇପିଏଲରେ ନଜର ଆସିବେ ଭେଟେରାନ ଦ୍ରୁତ ବୋଲର ଲସିଥ ମାଲିଙ୍ଗା । ତେବେ ଏଥର ଖେଳାଳି ଭାବରେ ନୁହେଁ ବରଂ ୟର୍କର କିଙ୍ଗ୍‌ଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ

By

Published : Mar 11, 2022, 4:27 PM IST

IPL 2022: Rajasthan Royals appoint Lasith Malinga as fast bowling coach
ଆଇପିଏଲକୁ ଫେରିଲେ ମାଲିଙ୍ଗା

ମୁମ୍ବାଇ: ଫଟାଫଟ୍‌ କ୍ରିକେଟର ମହାସମର ଆଇପିଏଲର ଆଉ ଏକ ସଂସ୍କରଣ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ମେଗା ଟୁର୍ନାମେଣ୍ଟ ଆରମ୍ଭକୁ ଆଉ ମାତ୍ର ଦୁଇ ସପ୍ତାହରୁ କମ୍‌ ସମୟ ବାକି ଥିବାବେଳେ ଫ୍ୟାନ୍ସଙ୍କ ପାଇଁ ରହିଛି ଖୁସି ଖବର । ପୁଣି ଆଇପିଏଲରେ ନଜର ଆସିବେ ଭେଟେରାନ ଦ୍ରୁତ ବୋଲର ଲସିଥ ମାଲିଙ୍ଗା । ତେବେ ଏଥର ଖେଳାଳି ଭାବରେ ନୁହେଁ ବରଂ ୟର୍କର କିଙ୍ଗ୍‌ଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ ।

ଏହାମଧ୍ୟ ପଢନ୍ତୁ: TATA IPL 2022: ମାର୍ଚ୍ଚରୁ 26 ଟାଟା ଆଇପିଏଲ, ଚେନ୍ନାଇ-କୋଲକାତା ଉଦ୍‌ଘାଟନୀ ମ୍ୟାଚ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର(IPL) ୨୦୨୨ ଅର୍ଥାତ ପଞ୍ଚଦଶ ସଂସ୍କରଣ ଚଳିତ ମାସ (ମାର୍ଚ୍ଚ ୨୬)ରୁ ଆରମ୍ଭ ହେବାକୁ ଯାଉଥିବାବେଳେ ରାଜସ୍ଥାନ ରୟାଲ୍ସ ଭେଟେରାନ ସିଂହଳୀ ବୋଲର ମାଲିଙ୍ଗାଙ୍କୁ ଟିମର ଦ୍ରୁତ ବୋଲିଂ କୋଚ୍‌( fast-bowling coach) ଭାବେ ନିଯୁକ୍ତ କରିଛି । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଥିବା ମାଲିଙ୍ଗା ଗତବର୍ଷ ଜାନୁଆରୀ ମାସରେ ସମସ୍ତ ପ୍ରକାର ଫ୍ରାଞ୍ଚାଇଜ କ୍ରିକେଟରୁ ଅବସର ନେଇଥିଲେ । ନିକଟରେ ମାଲିଙ୍ଗାଙ୍କୁ ଶ୍ରୀଲଙ୍କା ପୁରୁଷ ଟିମର ଅଷ୍ଟ୍ରେଲିଆ ଗସ୍ତ ପାଇଁ ବୋଲିଂ ରଣନୀତି କୋଚ୍‌ ଭାବେ ଦାୟିତ୍ବ ମିଳିଛି ।

ନୂଆ ନିଯୁକ୍ତି ନେଇ ମାଲିଙ୍ଗା କହିଛନ୍ତି, "ଆଇପିଏଲକୁ ଫେରୁଥିବାରୁ ଉତ୍ସାହିତ ଓ ନିଆରା ଅନୁଭବ ହେଉଛି । ଏଥିସହ ଯୁବ ପ୍ରତିଭାଙ୍କୁ ସର୍ବଦା ପ୍ରୋତ୍ସାହିତ କରୁଥିବା ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସରେ ଯୋଗ ଦେଉଥିବାରୁ ଗର୍ବିତ ଅନୁଭବ କରୁଛି । ଟିମରେ ଥିବି ସମସ୍ତ ଦ୍ରୁତ ବୋଲରଙ୍କୁ ସେମାନଙ୍କର ରଣନୀତି ନେଇ ସମସ୍ତ ସହଯୋଗ କରିବାକୁ ଉତ୍ସାହିତ । ମୁମ୍ବାଇ ଇଣ୍ଡିଆନ୍ସ ସହିତ ଆଇପିଏଲରେ ଅନେକ ସ୍ବତନ୍ତ୍ର ସ୍ମୃତି ରହିଛି, ବର୍ତ୍ତମାନ ରୟାଲ୍ସ ପକ୍ଷରୁ ନୂଆ ଅନୁଭୁତି ଓ ଅଭିଜ୍ଞତା ପାଇଁ ଉତ୍ସାହିତ ।"

୨୦୨୧ରେ ଜଣେ ଖେଳାଳି ଭାବେ ଅବସର ନେଇଥିବା ମାଲିଙ୍ଗା, ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୯ଟି ସଂସ୍କରଣ ଖେଳି ୧୭୦ ୱିକେଟ ସହ ଆଇପିଏଲର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିଲେ । ୨୦୧୮ରେ ସେ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ମେଣ୍ଟର ମଧ୍ୟ ରହିଥିଲେ ।

ମାଲିଙ୍ଗା ତାଙ୍କର ପୂର୍ବତନ କ୍ୟାପଟେନ୍‌ କୁମାର ସାଙ୍ଗାକାରା ସହିତ ରାଜସ୍ଥାନ ରୟାଲ୍ସ ପରିବାରର ସଦସ୍ୟ ହୋଇଛନ୍ତି । ସାଙ୍ଗାକାରା ରୟାଲ୍ସର ମୁଖ୍ୟ କୋଚ୍‌ ତଥା କ୍ରିକେଟ ନିର୍ଦ୍ଦେଶକ ରହିଛନ୍ତି । ଗତ ସପ୍ତାହରେ ଫ୍ରାଞ୍ଚାଇଜ ଷ୍ଟିଫେନ ଜୋନ୍ସଙ୍କୁ ହାଇ ପର୍ଫର୍ମାନ୍ସ ଦ୍ରୁତ ବୋଲିଂ କୋଚ୍‌ ମଧ୍ୟ ନିଯୁକ୍ତ କରିଛି ।

ABOUT THE AUTHOR

...view details