ଅହମ୍ମଦାବାଦ: IPL 2022ର ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେଉଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ । ଆଜିର ମ୍ୟାଚ୍ରେ ବିଜୟୀ ଦଳ ଗୁଜରାଟ ଟାଇଟନ୍ସ ସହ ଫାଇନାଲ ମୁକାବିଲା ଖେଳିବ । ଆଜିର ମ୍ୟାଚ୍ ପାଇଁ ଉଭୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଟସ୍ ହାରିବା ପରେ ଡୁ ପ୍ଲେସିସ୍ କହିଛନ୍ତି ଯେ, RCB ପ୍ରଥମେ ବ୍ୟାଟିଂ କରିବାକୁ ହିଁ ଚାହୁଥିଲା । ଗତ ମ୍ୟାଚ୍ର ମୋମେଣ୍ଟମ ନେଇ ଦଳ ଆଜି ପଡ଼ିଆକୁ ଓହ୍ଲାଇଛି । ସେପଟେ ରାଜସ୍ତାନ ଦଳ ମଧ୍ୟ ସକରାତ୍ମକ ରହିଥିବା ନେଇ ଅଧିନାୟକ ସଞ୍ଜୁ ସାମସନ୍ କହିଛନ୍ତି ।
ଚୂଡ଼ାନ୍ତ ଏକାଦଶ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର