ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର(IPL 2022) ଫାଇନାଲ ମ୍ୟାଚ୍ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ରାଜସ୍ଥାନ ରୟାଲ୍ସ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ତେବେ ଗୁଜୁରାଟ ଟାଇଟନ୍ସ ସମ୍ମୁଖରେ କେବଳ ୧୩୧ ରନ୍ର ବିଜୟ ଲକ୍ଷ୍ୟ ରଖିବାରେ ସମର୍ଥ ହୋଇଛି ରାଜସ୍ଥାନ ରୟାଲ୍ସ ।
IPL 2022 Final match: ଟାଇଟଲ ହାତେଇବାକୁ ଗୁଜୁରାଟ ଟାଇଟନ୍ସ ସମ୍ମୁଖରେ ୧୩୧ ରନ୍ ଟାର୍ଗେଟ
ଇଣ୍ଡିଆନ ପ୍ରିମିୟର ଲିଗର(IPL 2022) ଫାଇନାଲ ମ୍ୟାଚ୍ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ରାଜସ୍ଥାନ ରୟାଲ୍ସ । ଗୁଜୁରାଟ ଟାଇଟନ୍ସ ସମ୍ମୁଖରେ କେବଳ ୧୩୧ ରନ୍ର ବିଜୟ ଲକ୍ଷ୍ୟ ରଖିବାରେ ସମର୍ଥ ହୋଇଛି ରାଜସ୍ଥାନ ରୟାଲ୍ସ । ଅଧିକ ପଢ଼ନ୍ତୁ
କେତେକ ବଡ଼ ସଟ୍ ଖେଳିବା ପରେ ଓପନର ଯଶସ୍ବୀ ଜୈସୱାଲ ଆଉଟ ହୋଇ ଫେରିଥିଲେ । ଏହାପରେ ଅଧିନାୟ ସଞ୍ଜୁ ସାମସନ୍ ମଧ୍ୟ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରି ହାର୍ଦ୍ଦିକଙ୍କ ବଲ୍ରେ ଆଉଟ ହୋଇଥିଲେ । ଗୁଜୁରାଟ ଟାଇଟନ୍ସର ଶୃଙ୍ଖଳିତ ବୋଲିଂ ଆଗରେ ହାର ମାନିଥିଲେ ରାଜସ୍ଥାନର ବ୍ୟାଟର । ଦଳ ପକ୍ଷରୁ ଜୋଶ ବଟ୍ଲର୍ ସର୍ବାଧିକ ୩୯ ରନ୍ କରିଛନ୍ତି । ଆଉ କୌଣସି ବ୍ୟାଟର ବଡ଼ ସ୍କୋର୍ କରି ପାରିନଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୯ ୱିକେଟ ହରାଇ ୧୩୦ ରନ୍ ହିଁ କରିବାକୁ ସକ୍ଷମ ହୋଇ ପାରିଛି ।
ସେପଟେ ଗୁଜୁରାଟ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୩ ୱିକେଟ ଅକ୍ତିଆର କରିଛନ୍ତି । ରାଶିଦ ଖାନ୍, ୟଶ ଦୟାଲ, ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ ନେଇଥିବା ବେଳେ ରବି ଶ୍ରୀନିବାସନ ଦୁଇଟି ୱିକେଟ ନେଇଛନ୍ତି ।