ମୁମ୍ବାଇ:ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କୋରୋନାରେ(Rahul Dravid Tests positive for covid-19) ଆକ୍ରାନ୍ତ ହୋଇଛନ୍ତି । 27 ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପରେ ଭାରତୀୟ ଟିମ ସହ ରାହୁଲ ଦ୍ରାବିଡ ରହିବେ ନା ନାହିଁ ସେ ନେଇ ସନ୍ଦେହ ଉପୁଜିଛି ।
ଏସିଆ କପରେ ଦେଖିବାକୁ ମିଳିବେନି ଦ୍ରାବିଡ...
ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଟିମ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ବ୍ରେକ ନେଇଥିଲେ । ଜିମ୍ବାୱେ ବିପକ୍ଷ ସିରିଜ ସହ ଟିମ ସହ ରାହୁଲ ଯାଇନଥିଲେ । ତାଙ୍କ ସ୍ଥାନରେ ଜାତୀୟ କ୍ରିକେଟ ଏକାଡେମୀ(NCA) ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ କୋଚ ହିସାବରେ ଯାଇଥିଲେ । ଭିଭିଏସ ଲକ୍ଷ୍ମଣ ଓ କେଏଲ ରାହୁଲଙ୍କ ଯୋଡି ଜିମ୍ବାୱେ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି । ରାହୁଲ ଦ୍ରାବିଡ ବର୍ତ୍ତମାନ କୋରୋନାରେ ଆକ୍ରାନ୍ତ ହୋଇଥିବାକୁ 27ରୁ ଆରମ୍ଭ ହେବାକୁ ଥିବା ଏସିଆ କପରେ ଟିମ ସହ ନ ଯିବେ ନାହିଁ । ତାଙ୍କ ସ୍ଥାନରେ ଏସିଆ କପ୍(Asia Cup) ଟୁର୍ଣ୍ଣାମେଣ୍ଟରେ ଭିଭିଏସ ଲକ୍ଷ୍ମଣଙ୍କୁ କୋଚ୍ ଦାୟିତ୍ବ ମିଳିବା ସମ୍ଭାବନା ରହିଛି । ତେବେ ଆନୁଷ୍ଠାନିକ ଭାବେ BCCI ପକ୍ଷରୁ ଘୋଷଣାକୁ ଅପେକ୍ଷା ରହିଛି ।