ନୂଆଦିଲ୍ଲୀ: ପରବର୍ତ୍ତୀ ଭାରତୀୟ ପୁରୁଷ କ୍ରିକେଟ ଟିମର ମୁଖ୍ୟ କୋଚ୍ ହେବେ ରାହୁଲ ଦ୍ରାବିଡ । ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଦ୍ରାବିଡ୍ କୋଚ୍ ଭାବେ ଦାୟିତ୍ୱ ନେଇପାରନ୍ତି । ରାହୁଲ ଦ୍ରାବିଡ୍ ମଧ୍ୟ କୋଚ୍ ହେବା ନେଇ ସହମତି ଜଣାଇଥିବା ସୂଚନା ମିଳିଛି ।
ଗତକାଲି(ଶୁକ୍ରବାର) ସୌରଭ ଗାଙ୍ଗୁଲି ଓ ଜୟ ଶାହାଙ୍କ ସହ ଦ୍ରାବିଡଙ୍କ ବୈଠକ ହୋଇଥିଲା । ବୈଠକ ପରେ ଦ୍ରାବିଡ୍ ମୁଖ୍ୟ କୋଚ୍ ପଦ ସମ୍ଭାଳିବା ନେଇ ସହମତି ଜଣାଇଛନ୍ତି । ଟି-20 ବିଶ୍ୱକପ ପରେ ଆଗାମୀ ୨ ବର୍ଷ ପାଇଁ ସେ ଏହି ଦାୟିତ୍ୱ ନେବେ । ଏଥି ସହିତ ପରାସ ମହମ୍ବ୍ରେଙ୍କୁ ବୋଲିଂ କୋଚ୍ କରିବାର ସମ୍ଭାବନା ରହିଛି ।