କଲମ୍ବୋ: "ରାହୁଲ ଦ୍ରାବିଡ କେବଳ ଇନ୍ଦିରା ନଗର ଗୁଣ୍ଡା ନୁହନ୍ତି, ବରଂ ସେ ପୁରା ଇଣ୍ଡିଆର ଗୁଣ୍ଡା ।" ଏହା କହିଛନ୍ତି ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳର ଯୁବ ଫାଷ୍ଟ ବୋଲର ଦୀପକ ଚହର । ଆଇପିଏଲ 2021 ସମୟରେ ଏକ ବିଜ୍ଞାପନ ଯୋଗୁଁ ବର୍ତ୍ତମାନ ରାହୁଲ ଦ୍ରାବିଦ ଇନ୍ଦିରା ନଗର ଗୁଣ୍ଡା ନାମରେ ଏକ ପରିଚୟ ପାଇଛନ୍ତି । ଏହି ବିଜ୍ଞାପନରେ ସବୁବେଳେ ଶାନ୍ତ ସ୍ବଭାବର ରାହୁଲ ଦ୍ରାବିଡ଼ଙ୍କ କ୍ରୋଧାନ୍ବିତ ଚରିତ୍ରରେ ଦେଖା ଦେଇଛି । ତେବେ ଦୀପକ ଚହର ତାଙ୍କୁ ଇଣ୍ଡିଆର ଗୁଣ୍ଡା କହିବାର କାରଣ କଣ ? ଜାଣନ୍ତୁ..
ଶ୍ରୀଲଙ୍କ ବିପକ୍ଷରେ ଦିନିକିଆ ସିରିଜକୁ କବଜା କରିଛି ଭାରତ। ଦ୍ବିତୀୟ ଦିନିକିଆରେ ଭାରତ ଶ୍ରୀଲଙ୍କା ହାତରୁ ବିଜୟ ଛଡ଼ାଇ ଆଣିଥିଲା। ଏଥିରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ଯୁବ ଅଲରାଣ୍ଡର ଦୀପକ ଚହର । 276 ରନ ବିଜୟ ଲକ୍ଷ୍ୟ ପିଛା କରି ଦଳ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। 17 ଓଭରରେ ମାତ୍ର 116 ରନ କରି ଦଳ 5ଟି ୱିକେଟ ହରାଇଥିଲା ।ଏଠାରୁ ଭାରତ ମ୍ୟାଚ ଜିତିବା କ୍ଷୀଣ ହୋଇ ପଡ଼ିଥିଲା ।
କିନ୍ତୁ ସେହି ସମୟରେ ପଡ଼ିଆକୁ ଓହ୍ଲାଇଥିଲେ ଯୁବ ଫାଷ୍ଟ ବୋଲର ଦୀପକ ଚହର । ସେ 82ଟି ବଲ 69 ରନରେ ଅପରାଜିତ ରହିଥିଲେ। ଯାହା ଫଳରେ ଭାରତ ଏହି ମ୍ୟାଚରେ ବଜୟୀ ହୋଇପାରିଥିଲା । ଏହି ଇନିଂଶ ପରେ ଦୀପକ ଚହରଙ୍କ ନାମ ଅଲରାଉଣ୍ଡର ଲିଷ୍ଟରେ ସାମିଲ କରୁଛନ୍ତି କ୍ରିକେଟ ସମୀକ୍ଷକ ।