ନୂଆଦିଲ୍ଲୀ: ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଗୁରୁବାର ନିଜର 59ତମ ଜନ୍ମଦିନ ପାଳନ କରୁଛନ୍ତି । ଫଳରେ ପୂର୍ବତନ ଓ ବର୍ତ୍ତମାନର ଭାରତୀୟ କ୍ରିକେଟର ଟ୍ବିଟ ଯୋଗେଁ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଶାସ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ, ଭାରତୀୟ ଟେଷ୍ଟ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ୱାସିମ ଜାଫର ଟ୍ବିଟ ଯୋଗେଁ ଶୁଭେଚ୍ଛା ଜଣାଇଛନ୍ତି ।
ବିସିସିଆଇ ମଧ୍ୟ କୋଚ ଶାସ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି । ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଶାସ୍ତ୍ରୀଙ୍କ ନାମରେ ଉଭୟ ଦିନିକିଆ ଓ ଟେଷ୍ଟରେ 6,938 ରନ ରହିଛି । ଶାସ୍ତ୍ରୀଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଦୁଇଥର ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜରେ ହରାଇସାରିଛି । 2019 ବିଶ୍ବକପ ସେମିଫାଇନାଲ ପର୍ଯ୍ୟନ୍ତ ମଧ୍ୟ ଶାସ୍ତ୍ରୀଙ୍କ ନେତୃତ୍ବରେ ପହଞ୍ଚିଥିଲା ଭାରତ । ଆଇସିସି ଟେଷ୍ଟ ମାନ୍ୟତାରେ ବିଶ୍ବରେ 1 ନମ୍ବର ଟିମ ମଧ୍ୟ ରହିଛି ଭାରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ