କରାଚୀ(ପାକିସ୍ତାନ): ପୂର୍ବତନ ପାକିସ୍ତାନ କ୍ୟାପ୍ଟେନ ସାହିଦ ଆଫ୍ରିଦୀଙ୍କୁ କୋରୋନା(Shahid Afridi tests positive) । ପାକିସ୍ତାନ ସୁପର ଲିଗ୍(PSL) ର ସପ୍ତମ ସଂସ୍କରଣ ଆରମ୍ଭ ପୂର୍ବରୁ ଆଫ୍ରିଦୀ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୁରୁବାର ଠାରୁ PSL ଟୁର୍ନାମେଣ୍ଟ ଆରମ୍ଭ ହେବାନେଇ ସୂଚୀ ରହିଛି ।
ଏହାମଧ୍ୟ ପଢନ୍ତୁ: ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଦଳକୁ ଫେରିଲେ କୂଳଦୀପ
PSL ଟିମ କ୍ବେଟା ଗ୍ଲାଡିଏଟରର୍ସ ଟିମର ସଦସ୍ୟ ରହିଛନ୍ତି ଆଫ୍ରିଦୀ । ଏହା ତାଙ୍କର ଶେଷ PSL ହେବ ବୋଲି କୁହାଯାଉଛି, ମାତ୍ର ଭେଟେରାନ ଅଲରାଉଣ୍ଡର COVID-୧୯ ପଜିଟିଭ ଚିହ୍ନ ପରେ ପ୍ରଥମ କିଛି ମ୍ୟାଚ୍ ଖେଳିବାରୁ ବଞ୍ଚିତ ହେବେ ।
କୋରୋନା ସଂକ୍ରମିତ ଥିବା ନିଜେ ଟ୍ବିଟ୍ ଯୋଗେ ଘୋଷଣା କରିଛନ୍ତି ଆଫ୍ରିଦୀ । ଏଥିସହ କୌଣସି ଲକ୍ଷଣ ନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । କରାଚୀ ଷ୍ଟାଡିୟମରେ ଗୁରୁବାର ଠାରୁ PSL ଆରମ୍ଭ ହେବାକୁ ଯାଉଛି । ଉଦ୍ଘାଟନୀ ମ୍ୟାଚ୍ରେ ୨୦୨୦ ଚମ୍ପିଆନ କରାଚୀ କିଙ୍ଗ୍ସ ଓ ଡିଫେଣ୍ଡିଂ ଚମ୍ପିଆନ ମୁଲତାନ ସୁଲତାନ ମଧ୍ୟରେ ଖେଳାଯାଉଛି ।