ବେଙ୍ଗାଲୁରୁ:କୋଲକାତା ନାଇଟ୍ ରାଇଡର୍ସର ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା କୋରୋନା ସଂକ୍ରମିତ । କୋଭିଡ୍ ପରୀକ୍ଷା ପରେ ସେ କୋରାନା ପଜିଟିଭ୍ ଥିବା ନେଇ ବିସିସିଆଇ ସୂତ୍ରରୁ ପ୍ରକାଶ । ସେ ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ କ୍ବାରେଣ୍ଟାଇନରେ ଅଛନ୍ତି । ଶୁକ୍ରବାର ଦିନ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଏବଂ ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଘୋଷିତ 25 ବର୍ଷୀୟ କ୍ରିଷ୍ଣା 15 ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିବା ବେଳେ, ଚତୁର୍ଥ କେକେଆର ଦଳର ଖେଳାଳି ଭାବେ କୋରେନାରେ ଆକ୍ରାନ୍ତ ହୋଇଛନ୍ତି ।
ଟେଷ୍ଟ ଚମ୍ପିଆନସିପ୍ ପାଇଁ ହୋଇଛନ୍ତି ଚୟନ, ଆସିଲା କୋଭିଡ୍ ପଜିଟିଭ୍ ରିପୋର୍ଟ - ପ୍ରସାଦ କ୍ରୀଷ୍ନା କୋରୋନାରେ ଆକ୍ରାନ୍ତ
25 ବର୍ଷୀୟ ଭାରତୀୟ ଖେଳାଳୀ ପ୍ରସିଦ୍ଧ କ୍ରିଷ୍ଣା କୋରୋନାରେ ଆକ୍ରାନ୍ତ । 15 ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିବା ବେଳେ ସେ ହେଉଛନ୍ତି ଚତୁର୍ଥ କେକେଆର ଦଳର ଖେଳାଳି । ଅଧିକ ପଢନ୍ତୁ...
ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ୱାରିଅର୍ ଏବଂ ଟିମ୍ ସେଫର୍ଟ ହେଉଛନ୍ତି କେକେଆରର ଖେଳାଳି, ଯେଉଁମାନେ ପୂର୍ବରୁ କୋଭିଡ୍ ଟେଷ୍ଟ କରି ପଜିଟିଭ୍ ହୋଇଥିଲେ । ବିସିସିଆଇର କହିବା ଅନୁଯାୟୀ, ଗୋଟିଏ ପ୍ରଶିକ୍ଷଣ ଶିବିରରେ ସଭିଏଁ କୋରୋନାରେ ସଂକ୍ରମିତ ହୋଇଥିଲେ । ସେ କହିଛନ୍ତି କୃଷ୍ଣ ଚକ୍ରବର୍ତ୍ତୀଙ୍କ ଘନିଷ୍ଠ ବନ୍ଧୁ । ସୂଚନାନୁଯାୟୀ "ସମସ୍ତ ଭାରତୀୟ ଖେଳାଳିଙ୍କ ପରି ପ୍ରସାଦଙ୍କ ଠାରେ ଲକ୍ଷଣ ଦେଖାଯିବା ପରେ ମେ' 3 ରେ ଜୈବ ବଳୟ ଛାଡିଥିଲେ । ତଥାପି ବେଙ୍ଗାଲୁରୁରେ ପହଞ୍ଚିବା ପରେ ସେ ପଜିଟିଭ୍ ପରୀକ୍ଷା କରିଥିଲେ । ବିସିସିଆଇ ଆଶା କରୁଛି ଯେ ବ୍ରିଟେନରେ ଥିବା ଖେଳାଳିମାନେ ମେ' 25 ରେ ଭାରତରେ ବାୟୋ-ବବଲରେ ପ୍ରବେଶ କରିବା ପର୍ଯ୍ୟନ୍ତ କ୍ରିଷ୍ଣାଙ୍କ ରିପୋର୍ଟ ନେଗେଟିଭ୍ ଆସିବ ।
ବ୍ୟୁରୋ ରିପାେର୍ଟ, ଇଟିଭି ଭାରତ