ଓଡିଶା

odisha

ଟିମ ଇଣ୍ଡିଆକୁ ଖରାପ ଖାଦ୍ୟ, ବିସିସିଆଇ ଖପ୍ପା

By

Published : Oct 26, 2022, 10:15 PM IST

ଦ୍ବିତୀୟ ମ୍ୟାଚ ପାଇଁ ଭାରତୀୟ ଦଳ ସିଡନୀରେ ପହଁଞ୍ଚିଛନ୍ତି । ହେଲେ ଆଇସିସିର ଅବ୍ୟବସ୍ଥାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ଟିମ ଇଣ୍ଡିଆକୁ ଖରାପ ଖାଦ୍ୟ, ଅସନ୍ତୋଷ ବ୍ୟକ୍ତ କଲା ବିସିସିଆଇ
ଟିମ ଇଣ୍ଡିଆକୁ ଖରାପ ଖାଦ୍ୟ, ଅସନ୍ତୋଷ ବ୍ୟକ୍ତ କଲା ବିସିସିଆଇ

ସିଡନୀ: ସିଡନୀରୁ ଆସିଲା ସାଂଘାତିକ ଅଭିଯୋଗ । ଆଇସିସିର ମେଗା ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଦ୍ବିତୀୟ ମ୍ୟାଚ ପାଇଁ ଭାରତୀୟ ଦଳ ସିଡନୀରେ ପହଁଞ୍ଚିଛନ୍ତି । ହେଲେ ଆଇସିସିର ଅବ୍ୟବସ୍ଥାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସିଡନୀରେ ନା ସେମାନାଙ୍କୁ ଠିକ ଭାବରେ ଖାଇବାକୁ ଦିଆଯାଇଥିଲା ନା ସେମାନଙ୍କୁ ପ୍ରାକ୍ଟିସ ପାଇଁ ଭଲ ଗ୍ରାଉଣ୍ଡ ମିଳିଥିଲା । ଟିମ ଇଣ୍ଡିଆ ପ୍ରତି ଏଭଳି ଅଣଦେଖାକୁ ବିସିସିଆଇ କ୍ଷୁବ୍ଧ ପ୍ରକାଶ କରିଛି ।

ଆସନ୍ତାକାଲି ( ଗୁରୁବାର ) ସିଡନୀରେ ନେଦରଲାଣ୍ଡସ ବନାମ ଭାରତ ମୁହାଁମୁହିଁ ହେବେ । ଏନେଇ ଟିମ ଇଣ୍ଡିଆ ଦୁଇ ଦିନ ପୂର୍ବରୁ ସିଡନୀରେ ପହଁଞ୍ଚିଥିଲା । ହେଲେ ସେଠାରେ ସେମାନେ ଆଇସିସି ଅବ୍ୟବସ୍ଥାର ଶିକାର ହୋଇଛନ୍ତି । ମ୍ୟାଚ ପ୍ରାକ୍ଟିସ ପରେ ସେମାନେ ଖାଇବା ପାଇଁ ଆସିଥିଲେ । ହେଲେ ସେମାନଙ୍କୁ ଥଣ୍ଡା ସ୍ୟାଣ୍ଡଓ୍ୱିଚ୍ ପରଷା ଯାଇଥିଲା । ଯାହା ଖାଇବା ଯୋଗ୍ୟ ନଥିଲା କହିଥିଲେ କ୍ରିକେଟର । ଦୁଇ ଘଣ୍ଟାର ପ୍ରାକ୍ଟିସ ପରେ ସେମାନେ ଲଞ୍ଚ କରିବାକୁ ଚାହିଁଥିଲେ । ହେଲେ ଆଇସିସି ମେନ୍ୟୁରେ କେବଳ ସ୍ୟାଣ୍ଡଓ୍ୱିଚ୍ ରହିଥିଲା । ଯାହା ପୁଣି ଥଣ୍ଡା ଥିଲା । ତେଣୁ କିଛି କ୍ରିକେଟର ହୋଟେଲ ଯାଇ ଲଞ୍ଚ କରିଥିଲେ । ଏହା ସହିତ ସେମାନେ ଆହୁରି ମଧ୍ୟ କହିଥିଲେ ସେମାନେ ବିଶ୍ରାମ ନେବା ସ୍ଥାନଠାରୁ ୪୦ କିଲୋମିଟର ବ୍ୟବଧାନରେ ପ୍ରାକ୍ଟିସ ଗ୍ରାଉଣ୍ଡ ରହିଥିଲା । ସେଠାକୁ ଯିବାକୁ ଘଣ୍ଟାଏ ପାଖାପାଖି ସମୟ ଲାଗୁଛି ।

ଟି୨୦ ବିଶ୍ବକପ ଆଇସିସିର ଇଭେଣ୍ଟ ଅଟେ । ତେଣୁ ସମସ୍ତ ପ୍ରାକ୍ଟିସ ସେସନ ସହିତ ଅନ୍ୟ ଜିନିଷର ସୁବିଧା ଯୋଗାଇବା ଆଇସିସି ଉପରେ ଦାୟିତ୍ବ ବହନ କରେ । ତେଣୁ ଏନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, "ଦୁଇ ଘଣ୍ଟା ପ୍ରାକ୍ଟିସ ପରେ ଆପଣ କେବଳ ଥଣ୍ଡା ସ୍ୟାଣ୍ଡଓ୍ୱିଚ୍, ଆଭାକାଡୋ, କାକୁଡି, ଟୋମାଟୋ ଖାଇପାରିବେ ନାହିଁ । କେବଳ ଏହା ନୁହେଁ ଟିମ ଇଣ୍ଡିଆ ପ୍ରାକ୍ଟିସ ପାଇଁ ମିଳିଥିବା ଦୂର ଜାଗାକୁ ନେଇ ମଧ୍ୟ ଅସନ୍ତୋଷ ରହିଛି ।"

ABOUT THE AUTHOR

...view details