ଓଡିଶା

odisha

ETV Bharat / sports

ପନ୍ତ ଓ କାର୍ତ୍ତିକଙ୍କ ପ୍ଲେଇଂ ଇଲେଭେନ ଦ୍ବନ୍ଦ ସମାଧାନ କଲେ ରିକି ପଣ୍ଟିଂ - ପନ୍ତ ଏବ କାର୍ତ୍ତିକଙ୍କ ପ୍ଲେଇଂ ଇଲେଭେନ ଦ୍ବନ୍ଦ ସାମାଧାନ

ଚୂଡାନ୍ତ ଏକାଦଶରେ ଦୁଇ ୱିକେଟ କିପର ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ କାହାକୁ ସ୍ଥାନ ଦିଆଯିବ ତାକୁ ନେଇ ଦ୍ବନ୍ଦରେ ପଡିଛି ଦଳ । ତେବେ ଏ ବାବଦରେ ନିଜର ମତାମତ ରଖିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ଭେଟେରାନ କ୍ରିକେଟର ରିକି ପଣ୍ଟିଂ( former Australian captain Ricky Ponting ) । ଅଧିକ ପଢନ୍ତୁ

Etv Bharatପନ୍ତ ଏବ କାର୍ତ୍ତିକଙ୍କ ପ୍ଲେଇଂ ଇଲେଭେନ ଦ୍ବନ୍ଦ ସାମାଧାନ କଲେ ରିକି ପଣ୍ଟିଂ
Etv Bharatପନ୍ତ ଏବ କାର୍ତ୍ତିକଙ୍କ ପ୍ଲେଇଂ ଇଲେଭେନ ଦ୍ବନ୍ଦ ସାମାଧାନ କଲେ ରିକି ପଣ୍ଟିଂ

By

Published : Sep 24, 2022, 1:19 PM IST

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ବିଶ୍ବକପ କାଉଣ୍ଟଡାଉନ । ଏନେଇ ବିଭିନ୍ନ ଦେଶମାନଙ୍କରେ ବିଶ୍ବକପ ସ୍କ୍ବାଡ ମଧ୍ୟ ଘୋଷଣା ହୋଇସାରିଛି । ତେବେ ଭାରତୀୟ ବିଶ୍ବକପ ସ୍କ୍ବାଡକୁ କ୍ରିକେଟ ବିଶେଷଜ୍ଞମାନେ ଆଲୋଚନା-ସମାଲୋଚନା କରିବାର ନଜିର ଆସିଛି । ଚୂଡାନ୍ତ ଏକାଦଶରେ ଦୁଇ ୱିକେଟ କିପର ଋଷଭ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କ ( Dinesh Karthik ) ମଧ୍ୟରୁ କାହାକୁ ସ୍ଥାନ ଦିଆଯିବ ତାକୁ ନେଇ ଦ୍ବନ୍ଦରେ ପଡିଛି ଦଳ ( India Playing Eleven Issue ) । ତେବେ ଏ ବାବଦରେ ନିଜର ମତାମତ ରଖିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ଭେଟେରାନ କ୍ରିକେଟର ରିକି ପଣ୍ଟିଂ । ସେ କହିଛନ୍ତି ଦିନେଶ କାର୍ତ୍ତିକ ଜଣେ ଉଚ୍ଚକୋଟୀର ଫିନିସର ହେବା ସହିତ ପନ୍ତ ମଧ୍ୟକ୍ରମରେ ପାଳି ସମ୍ଭାଳୁଥିବା ଭଲ ବ୍ୟାଟର ।

ଚୂଡାନ୍ତ ଏକାଦଶରେ ଦୁଇ ୱିକେଟ କିପର ଋଷଭ ପନ୍ତ ( Rishabh Pant ) ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ କାହାକୁ ସ୍ଥାନ ଦିଆଯିବ ଏହା ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହି ସମସ୍ୟାର ସମାଧାନ ବାବଦରେ ରିକି ପଣ୍ଟିଂ ( former Australian captain Ricky Ponting ) କହିଛନ୍ତି "ଦୁଇ ବ୍ୟାଟର ଦିନେଶ କାର୍ତ୍ତିକ ଏବଂ ଋଷଭ ପନ୍ତ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ବକପର ପ୍ଲେଇଂ ଇଲେଭେନରେ ନିଜ ସ୍ଥାନ ପକ୍କା କରିବାକୁ ଉପଯୁକ୍ତ ବ୍ୟାଟର । ଦିନେଶ କାର୍ତ୍ତିକ ଜଣେ ଉଚ୍ଚକୋଟୀର ଫିନିସର ଭାବରେ ତାଙ୍କର ପ୍ରଦର୍ଶନ ରହିଥାଏ । ସେହିପରି ଯୁବ ବ୍ୟାଟର ଋଷଭ ପନ୍ତ ମିଡିଲ ଅର୍ଡର ସମ୍ଭାଳିବା ପାଇଁ ଭରସାଯୋଗ୍ୟ ଅଟନ୍ତି । ତେଣୁ ଏହି ଦୁଇ ୱିକେଟ କିପରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ କୌଣସି ଦ୍ବନ୍ଦ ଉପୁଜିବା ଦରକାର ନାହିଁ ।"

ତେବେ ଏହି ଦୁଇ ୱିକେଟ କିପର ବ୍ୟାଟରଙ୍କ ପ୍ରଶଂସା କରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ କହିଛନ୍ତି "ଭାରତ ଭଳି ସୁଦୃଢ ଟିମ ସହିତ ଏହି ଦୁଇ ଜଣ କ୍ରିକେଟର ମହଜୁଦ ରହିଛନ୍ତି । ୱିକେଟ କିପର ହିସାବରେ ଦୁଇ ଜଣଙ୍କ ବାବଦରେ କିଛି କହିବାର ନାହିଁ । ହେଲେ ମୋତେ ବାସ୍ତବରେ ଲାଗେ କି ଦୁଇ ଜଣ ବ୍ୟାଟର ହିସାବରେ ତାଙ୍କର ପ୍ରଦର୍ଶନ ଭଲ ରହିଛି । ମଧ୍ୟକ୍ରମରେ ଋଷଭ ଏବଂ ଫିନିସର ହିସାବରେ ଦିନେଶ ଚମତ୍କାର ଲାଗନ୍ତି । ସେପଟେ ବୋଲି ବିଭାଗରେ ଭାରତୀୟ ଫାଷ୍ଟ ବୋଲର ଜଶପ୍ରିତ ବୁମରା ଏବଂ ପାକିସ୍ତାନ ଫାଷ୍ଟ ବୋଲର ସାହିନ ଆଫ୍ରିଦି ମଧ୍ୟ ବିଶ୍ବକପରେ କୌଣସି ରେକର୍ଡ କରିପାରନ୍ତି ।

ଏହି ଦୁଇ ଫାଷ୍ଟ ବୋଲର ନୂଆ ବଲରେ ଖେଳିବା ଅଭ୍ୟାସ ଥିବା ସହିତ ଡେଥ ଓଭର ବୋଲିଂରେ ମଧ୍ୟ ଦୁଇ ଜଣଙ୍କ ପ୍ରଭାବ ରହିଛି । ଜଶପ୍ରିତ ବୁମରା ୫୮ ଟି୨୦ ମ୍ୟାଚ ଖେଳି ୬୯ ୱିକେଟ ହାତେଇଛନ୍ତି । ସେହିପରି ସାହିନ ଆଫ୍ରିଦି ୪୦ ଟି ଟି୨୦ ମ୍ୟାଚ ଖେଳି ୪୭ ୱିକେଟ ହାତେଇଛନ୍ତି । ଜଶପ୍ରିତ ଅଷ୍ଟ୍ରେଲିଆରେ ଅଧିକ ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି । ସାହିନ ଆଫ୍ରିଦିଙ୍କ ତୁଳନାରେ ବୁମରା ବଡ ବଡ ଟୁର୍ଣ୍ଣାମେଣ୍ଟ ଖେଳିବା ସହିତ ତାଙ୍କ ପାଖରେ ଅଧିକ ଅଭିଜ୍ଞତା ରହିଛି ।"

ABOUT THE AUTHOR

...view details