ଓଡିଶା

odisha

ETV Bharat / sports

ମିତାଲିଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା - ମିତାଲିଙ୍କୁ ଆଗାମୀ ଭବିଷ୍ୟତ ଶୁଭକାମନା ଜଣାଇଲେ ମୋଦି

ସବୁ ଫର୍ମାଟରୁ ଅବସର ନେଇଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ପ୍ରଧାନମନ୍ତ୍ରୀ କହିଛନ୍ତି ମିତାଲି ନିକଟରେ ଆପଣ କ୍ରିକେଟରୁ ସବୁ ଫର୍ମାଟରୁ ଅବସର ଗ୍ରହଣ କଲେ । ଏହା ସବୁ ଖେଳ ପ୍ରେମୀଙ୍କୁ ମର୍ମାହତ କରିଥିଲା । ପ୍ରଥମତଃ ଆପଣଙ୍କ ସଫଳତାପୂର୍ଣ୍ଣ କ୍ୟାରିୟର ପାଇଁ ଆପଣଙ୍କୁ ବହୁତ ଶୁଭେଚ୍ଛା । ଆପଣ ଏଥିରେ ଦେଶକୁ ଗୌରବାନ୍ବିତ କରିଛନ୍ତି । ଅଧିକ ପଢନ୍ତୁ

ମିତାଲିଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ମିତାଲିଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

By

Published : Jul 3, 2022, 7:07 AM IST

ହାଇଦ୍ରାବାଦ: ସବୁ ଫର୍ମାଟରୁ ଅବସର ନେଇଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ନରେନ୍ଦ୍ର ମୋଦି କହିଛନ୍ତି ମିତାଲି ନିକଟରେ ଆପଣ କ୍ରିକେଟରୁ ସବୁ ଫର୍ମାଟରୁ ଅବସର ଗ୍ରହଣ କଲେ । ଏହା ସବୁ ଖେଳ ପ୍ରେମୀଙ୍କୁ ମର୍ମାହତ କରିଥିଲା । ପ୍ରଥମତଃ ଆପଣଙ୍କ ସଫଳତାପୂର୍ଣ୍ଣ କ୍ୟାରିୟର ପାଇଁ ଆପଣଙ୍କୁ ବହୁତ ଶୁଭେଚ୍ଛା । ଆପଣ ଏଥିରେ ଦେଶକୁ ଗୌରବାନ୍ବିତ କରିଛନ୍ତି । ଆପଣ ଅନେକ ପ୍ରତିଭାର ଅଧିକାରୀ । ସେଥିରେ ଆପଣ କେବଳ ଭାଗିଦାରୀ ହୋଇନାହାନ୍ତି ଏହା ମଧ୍ୟ ଅନ୍ୟ ଖେଳାଳି ମାନଙ୍କୁ ପ୍ରେରଣା ପ୍ରଦାନ କରିଛି । ଯଦି ଆପଣଙ୍କ ସ୍ପୋର୍ଟ୍ସ କ୍ୟାରିୟରକୁ ଦେଖାଯାଏ ତାହେଲେ ସେଥିରେ ଆପଣ ଅନେକ ରେକର୍ଡ ସୃଷ୍ଟି କରିବା ସହିତ କଛି ରେକର୍ଡକୁ ଭାଙ୍ଗିଛନ୍ତି ମଧ୍ୟ । ଏହା ସହିତ ଆପଣ ମଧ୍ୟ ମହିଳା ଇଣ୍ଟରନ୍ୟାସନାଲ କ୍ରିକେଟରେ ଅଧିକ ରନ ସଂଗ୍ରହ କରି ନୂଆ ରେକର୍ଡ ତିଆରି କରିଛନ୍ତି । ଅନେକ ମହିଳା କ୍ରିକେଟର, ଅନେକ ପୁରୁଷ କ୍ରିକେଟର ପାଇଁ ଆପଣ ଜଣେ ରୋଲ ମ଼ଡେଲ ହେବା ସହିତ ପ୍ରେରଣାଦାୟୀ ମଣିଷ ।

ଏହା ସହିତ ଆପଣଙ୍କ ପାଖରେ ନେତୃତ୍ବ ନେବାର ଚମତ୍କାର ଦକ୍ଷତା ରହିଛି । ଜଣେ ଅଧିନାୟିକା ହିସାବରେ ବହୁତ ଚ୍ୟାଲେଞ୍ଜ ସାମନା କରିଛନ୍ତି । ୨୦୧୭ ମସିହା ମହିଳା ୱାଲର୍ଡ କପ ସର୍ବଦା ସ୍ମରଣୀୟ ରହିବ । ସେହି ୱାଲର୍ଡ କପରେ ଭାରତ ମହିଳା କ୍ରିକେଟ ଦଳ ଫାଇନାଲରେ ପ୍ରବେଶ କରିବା ପରେ ଇତିହାସ ରଚିବାକୁ ଯାଉଥିଲେ ହେଲେ ଦୁର୍ଭାଗ୍ୟବଶତଃ ଭାରତ ମ୍ୟାଚ ହାରିଯାଇଥିଲା । ସେଭଳି କଠିନ ସମୟରେ ଆପଣ ନିଜେ ଦୃଢତାର ସହିତ ଦଳକୁ ସମ୍ଭାଳିଥିଲେ ।

ଯେତେବେଳେ ଆପଣ କ୍ରିକେଟରୁ ଅବସର ଗ୍ରହଣ ପାଇଁ ସୋସିଆଲ ମିଡିଆରେ ସେୟାର କରିଥିଲେ ସେତେବେଳେ ଆପଣଙ୍କ ଜୀବନରେ ଦ୍ବିତୀୟ ଇନିଂସ ଆରମ୍ଭ ହୋଇଯାଇଥିଲା । ଆପଣଙ୍କ ଆଗାମୀ ନିଷ୍ପତ୍ତି ସହିତ ଭବିଷ୍ୟତ ପାଇଁ ଆପଣଙ୍କୁ ଅନେକ ଶୁଭକାମନା ଜଣାଉଛୁ । ହୁଏତ ଆପଣ ଭାରତ ପାଇଁ ଆଉ ଖେଳି ନ ପାରନ୍ତି ଆମେ ଆଶା କରୁଛୁ ସମୟ ଆସିଲେ ଆପଣ ଆଗକୁ ଭାରତର ଖେଳ ପାଇଁ ନିଜକୁ ସମୟ ଦେବେ ।

ABOUT THE AUTHOR

...view details