ନୂଆଦିଲ୍ଲୀ: ଚଳିତ ଏସିଆ କପ ଫାଇନାଲ ମ୍ୟାଚ ଅଦ୍ଭୂତ ଅବିଶ୍ବସନୀୟ ହେବ କେହି ବିଶ୍ବାସ ବି କରିନଥିଲେ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଏସିଆ କପ ଫାଇନାଲ ଟକ୍କର ମାତ୍ର 129 ବଲରେ ଶେଷ ହୋଇଥିଲା । ଶ୍ରୀଲଙ୍କା 50 ରନ କରି ଅଲଆଉଟ ହୋଇଥିଲା । ଆଉ ଅଷ୍ଟମ ଥର ପାଇଁ ଏସିଆ କପ ଟାଇଟଲ ଜିତି 5 ବର୍ଷ ଟ୍ରଫି ମରୁଡିର ଅନ୍ତ ଘଟାଇଛି ଟିମ ଇଣ୍ଡିଆ । ଏହି ସଫଳତା ଭାରତୀୟ କ୍ରିକେଟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଲେଖିଛନ୍ତି, ''ୱେଲ ପ୍ଲେଡ ଟିମ୍ ଇଣ୍ଡିଆ ଅର୍ଥାତ (ବହୁତ ଭଲ ଖେଳିଳ ଭାରତୀୟ ଦଳ) । ଏସିଆ କପ ବିଜୟ ପାଇଁ ଅନେକ ଅନେକ ଶୁଭେଚ୍ଛା । ଆମ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖ୍ୟନୀୟ ଦକ୍ଷତା ଦେଖାଇଛନ୍ତି ।''
ଭାରତ ଶେଷ ଥର ପାଇଁ 2018ରେ ଏସିଆ କପ ଚମ୍ପିଆନ ହୋଇଥିଲା । 5 ବର୍ଷ ପରେ ଅଷ୍ଟମ ଥର ପାଇଁ ଏସିଆ କପ ବିଜେତା ହୋଇଛି ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ ଦଳ । ରହିବାର ଖେଳାଯାଇଥିବା ଏସିଆ କପ ଫାଇନାଲ ମ୍ୟାଚ ଭାରତ ପାଇଁ ସବୁବେଳେ ଏକ ସୁନ୍ଦର ମୂହୁର୍ତ୍ତ ହୋଇ ରହିବ । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଆଉ ବୋଲିଂ କରୁଥିବା ଭାରତୀୟ ବୋଲରଙ୍କ ଯାଦୁ ଆରମ୍ଭ ହୋଇଥିଲା । ମହମ୍ମଦ ସିରାଜଙ୍କ ସୁନାମୀରେ ଧୋଇ ହୋଇଯାଇଥିଲେ ଶ୍ରୀଲଙ୍କା ବ୍ୟାଟର । ଗୋଟିଏ ପରେ ଗୋଟିଏ ୱିକେଟ ପତନ ହେବାରୁ ଲାଗିଥିଲେ । ସିରାଜ 4 ଓଭର ବୋଲିଂ କରି 6 ୱିକେଟ ହାସଲ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା 3ଟି ଓ ଯଶପ୍ରୀତ ବୁମରା 1ଟି ୱିକେଟ ଅକ୍ତିଆର କରିଥିଲେ । 15.2 ଓଭର ଖେଳି ଶ୍ରୀଲଙ୍କା ଅଲଆଉଟ ହୋଇଥିଲା ।