ଓଡିଶା

odisha

ETV Bharat / sports

ପରଲୋକରେ ଭାରତୀୟ ବ୍ୟାଟ୍ସମ୍ୟାନ ଯଶପାଲ ଶର୍ମା, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଶୋକ

ପରଲୋକରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଯଶପାଲ ଶର୍ମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶୋକ । ଅଧିକ ପଢନ୍ତୁ...

PM Modi condoles demise of Yashpal Sharma, says he was an 'inspiration' for budding cricketers
ପରଲୋକରେ ଭାରତୀୟ ବ୍ୟାଟ୍ସମ୍ୟାନ ଯଶପାଲ ଶର୍ମା, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଶୋକ

By

Published : Jul 13, 2021, 3:49 PM IST

ନୂଆଦିଲ୍ଲୀ:ପରଲୋକରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଯଶପାଲ ଶର୍ମା । ଯଶପାଲଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶୋକବ୍ୟକ୍ତ କରିଛନ୍ତି ।

1983 ବିଶ୍ବକପ ବିଜୟୀ ଭାରତୀୟ ଟିମର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ ଯଶପାଲ । ମଙ୍ଗଳବାର ସକାଳ ସମୟରେ ସେ ହୃଦଘାତରେ ଶିକାର ହୋଇଥିଲେ । ତାଙ୍କର ପତ୍ନୀ ଓ ଦୁଇ ଝିଅ ରହିଛନ୍ତି। ଯଶପାଲ କ୍ରିକେଟର ଭାବେ କ୍ୟାରିୟର ଶେଷ କରିବା ପରେ କ୍ରିକେଟରୁ ଦୂରରେ ନଥିଲେ । ଜଣେ ଅମ୍ପାୟର ଭାବେ କ୍ରିକେଟ ମ୍ୟାଚ ପରିଚାଳନା କରିଛନ୍ତି ଓ ଜାତୀୟ ଚୟନକର୍ତ୍ତା ଭାବରେ ପ୍ରଶାସକ କାର୍ଯ୍ୟ ମଧ୍ୟ ରହିଛନ୍ତି ।

ସାଥୀ ଖେଳାଳି ଓ ପ୍ରଶଂସକଙ୍କ ପାଇଁ ସେ ଯଶପାଲ ''ପ୍ରେରଣାର ଉତ୍ସ'' ଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟରେ ଉଲ୍ଲେଖ କରିଛନ୍ତି ଓ ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ବିଟରେ ଲେଖିଛନ୍ତି, "ଯଶପାଲ ଶର୍ମା 1983 କିମ୍ବଦନ୍ତୀ ସ୍କ୍ବାଡ ସମେତ ଭାରତୀୟ କ୍ରିକେଟ ଟିମର ପ୍ରିୟ ସଦସ୍ୟ ଥିଲେ । ସାଥୀ ଖେଳାଳି, ଫ୍ୟାନ୍ସ ଓ ଅନେକ ଯୁବ କ୍ରିକେଟରଙ୍କ ପାଇଁ ପ୍ରେରଣା ଉତ୍ସ ଥିଲେ ସେ ।"

ଭାରତୀୟ ଟିମର 1983 ବିଶ୍ବକପ ବିଜୟରେ ଡାହାଣହାତୀ ବ୍ୟାଟ୍ସମ୍ୟାନ ପ୍ରମୁଖ ଭୁମିକା ନିଭାଇଥିଲେ । ଭାରତ ପାଇଁ 1983 ବିଶ୍ବକପରେ ସେ ଦ୍ବିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ଥିଲେ ।

ଯଶପାଲଙ୍କ ଦେହାନ୍ତ କ୍ରିକେଟ ଜଗତ ପାଇଁ ବିରାଟ କ୍ଷତି ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।

ଯଶପାଲ 1978ରେ ପାକିସ୍ତାନ ବିପକ୍ଷରେ ସିଆଲକୋଟରେ ଭାରତ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ । ଡେବ୍ୟୁ ମ୍ୟାଚରେ 26ଟି ବଲ୍‌ରୁ 11 ରନ ସଂଗ୍ରହ କରିଥିଲେ ସେ ଓ ପାକିସ୍ତାନ 8 ୱିକେଟରେ ଭାରତକୁ ହରାଇଥିଲା । ପରେ କ୍ରିକେଟର ଲମ୍ବା ଫର୍ମାଟରେ ପ୍ରଥମ ମ୍ୟାଚ ସେ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ଭାରତ ପାଇଁ ସେ 37ଟି ଟେଷ୍ଟ ଓ 42ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ଓ ଯଥାକ୍ରମେ 1606 ଓ 883 ରନ ସଂଗ୍ରହ କରିଛନ୍ତି । ୱେଷ୍ଟଇଣ୍ଡିଜର ଭାରତ ଗସ୍ତ ସମୟରେ ବର୍ଷ 1985ରେ ଯଶପାଲ ତାଙ୍କର ଶେଷ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details