ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ବକପ ଗ୍ରୁପ ଷ୍ଟେଜ ମ୍ୟାଚରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଅକ୍ଟୋବର ୨୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବା ଏହି ଦମଦାର ମ୍ୟାଚ । ଏହାକୁ ନେଇ ଆଇସିସି ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି । ତେବେ ଏହାଦ୍ବାରା ଭାରତକୁ ଫାଇଦା ହେବ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ।
ଏକ ସାକ୍ଷାତକାର ଗୌତମ ଗମ୍ଭୀର କହିଛନ୍ତ ଯେ, "ଟି-୨୦ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଗୁରୁତ୍ବପୂର୍ଣ୍ଣ ରହିବ । କାରଣ ୨୦୦୭ ମସିହାରେ ମଧ୍ୟ ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିବାକୁ ପଡ଼ିଥିଲା । ଭାରତ ଓ ପାକିସ୍ତାନ ଦୁହେଁ ଦୁହିଁଙ୍କ ପରମ ପ୍ରତିଦ୍ବନ୍ଦୀ ରହି ଆସିଛନ୍ତି । ଏଭଳି ପ୍ରତିଦ୍ବନ୍ଦୀ ସହ ମ୍ୟାଚ ଖେଳିବା ଦ୍ବାରା ଟୁର୍ଣ୍ଣାମେଣ୍ଟ ଉପରେ ଦଳ ଅଧିକ ଧ୍ୟାନ କେନ୍ଦ୍ରିତ କରି ପାରିଥିଲା । ତେବେ ଆଗାମୀ ଟି-୨୦ ବିଶ୍ବକପରେ ମଧ୍ୟ ଭାରତ ଗ୍ରୁପ ଷ୍ଟେଜରେ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଯାହା ଦ୍ବାରା ଭାରତକୁ ଫାଇଦା ହେବ ।"