ବେଙ୍ଗାଲୁରୁ: ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ପିଙ୍କ୍ ବଲ୍ ଟେଷ୍ଟରେ ଭାରତର ପ୍ରଥମ ଇଂନିସ ୨୫୨ ରନ୍ରେ ଶେଷ ହୋଇଛି । ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ, ଭ୍ରମଣକାରୀ ଶ୍ରୀଲଙ୍କା ଟିମ ଭାରତକୁ ୨୫୨ ରନ୍ରେ ଅଲଆଉଟ୍ କରିଛି । ଟିମ ଇଣ୍ଡିଆ ପକ୍ଷରୁ ଶ୍ରେୟସ ଆୟର ୯୨ ରନ୍ର ଲଢୁଆ ଇଂନିସ ଖେଳିଛନ୍ତି । ୱିକେଟ କିପର ଋଷଭ ପନ୍ତ ୩୯ ଓ ହନୁମା ବିହାରୀ ୩୧ ରନ୍ର ଉପଯୋଗୀ ଯୋଗଦାନ କରିଛନ୍ତି । ବିରାଟ କୋହଲି ପୁଣି ଫ୍ୟାନ୍ସଙ୍କୁ ନିରାଶ କରିବା ସହ ମାତ୍ର ୨୩ ରନ୍ କରି ଆଉଟ୍ ହୋଇଥିଲେ । ରୋହିତ ଶର୍ମା ୧୫ ଓ ମୟଙ୍କ ଅଗ୍ରୱାଲ ୪ ରନ୍ରେ ଆଉଟ୍ ହୋଇଥିଲେ ।
Pink-Ball Test: ଆୟରଙ୍କ ଫାଇଟିଂ ସ୍କୋର ୯୨, ଭାରତ ୨୫୨ରେ ଅଲଆଉଟ୍ - ପିଙ୍କ ବଲ୍ ଟେଷ୍ଟ ପ୍ରଥମ ଇଂନିସ
ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ପିଙ୍କ୍ ବଲ୍ ଟେଷ୍ଟରେ ଭାରତର ପ୍ରଥମ ଇଂନିସ ୨୫୨ ରନ୍ରେ ଶେଷ ହୋଇଛି । ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ, ଭ୍ରମଣକାରୀ ଶ୍ରୀଲଙ୍କା ଟିମ ଭାରତକୁ ୨୫୨ ରନ୍ରେ ଅଲଆଉଟ୍ କରିଛି । ଅଧିକ ପଢନ୍ତୁ
Pink ball Test: ଆୟରଙ୍କ ଦମଦାର ୯୨, ପ୍ରଥମ ଇଂନିସରେ ଭାରତ ୨୫୨ରେ ଅଲଆଉଟ୍
ଶ୍ରୀଲଙ୍କା ପକ୍ଷରୁ ସ୍ପିନର ଏମ୍ବୁଲଦେନିୟା ଓ ଜୟୱିକରାମା ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଧନଞ୍ଜୟ ଦି ସିଲଭା ୨ଟି ଓ ଲକମଲ ଗୋଟିଏ ସଫଳତା ହାସଲ କରିଛନ୍ତି ।
ଭାରତୀୟ ଟିମ ପୂର୍ବରୁ ଘରୋଇ ମାଟିରେ ଖେଳିଥିବା ଦୁଇଟି ଦିବାରାତ୍ର ଟେଷ୍ଟରୁ ତିନିଦିନ ମଧ୍ୟରେ ଜିତିନେଇଥିଲା । ଫଳରେ ଏହି ମ୍ୟାଚ୍ରେ ମଧ୍ୟ ସମାନ କରିସ୍ମା କରିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ ।