ଓଡିଶା

odisha

ETV Bharat / sports

ଶାସ୍ତ୍ରୀଙ୍କ ବଡ ଖୁଲାସା, 2019 ବିଶ୍ବକପ ଟିମ ଚୟନ ସଠିକ୍‌ ନଥିଲା - 2019 ବିଶ୍ବକପ ଭାରତୀୟ ଟିମ

ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ୨୦୧୯ ବିଶ୍ବକପରେ ଭୁଲ୍‌ ଟିମ ଚୟନକୁ ଦୋଷ ଦେଇଛନ୍ତି । ବିଶ୍ବକପ ଟିମରେ ୩ଜଣ କିପର୍‌ ବ୍ୟାଟ୍ସମ୍ୟାନଙ୍କୁ ଚୟନ କରିବା ଉଚିତ ନିଷ୍ପତ୍ତି ନଥିଲା ବୋଲି ଶାସ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

Picking three wicket-keepers in 2019 ODI WC squad wasn't logical: Ravi Shastri
ଶାସ୍ତ୍ରୀଙ୍କ ବଡ ଖୁଲାସା, 2019 ବିଶ୍ବକପ ଟିମ ଚୟନ ସଠିକ୍‌ ନଥିଲା

By

Published : Dec 11, 2021, 6:53 AM IST

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମର ହେଉଛି ନେତୃତ୍ବ ନବକଳେବର ସମୟ ଚାଲିଛି । ରୋହିତ ଶର୍ମାଙ୍କୁ ଟି-୨୦ ପରେ ଦିନିକିଆ ଦଳର ଅଧିନାୟକ ପଦ ମିଳିଥିବା ବେଳେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡ ମଧ୍ୟ କୋଚ୍‌ ଭାର ସମ୍ଭାଳିଛନ୍ତି ।

ବିଜୟ ପ୍ରତିଶତ ୭୦ରୁ ଅଧିକ ଥିଲେ ମଧ୍ୟ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ BCCI ହଟଇବା ପରେ କିଛି ଫ୍ୟାନ୍ସ ଅସନ୍ତୋଷ ଜାହିର କରିଛନ୍ତି । ବିରାଟଙ୍କ ସମୟରେ ଟିମ କୌଣସି ICC ଟ୍ରଫି ଜିତି ନପାରିବା ଯୋଗୁଁ ସେ କ୍ୟାପଟେନ ପଦକ ହରାଇଥିବା କୁହାଯାଉଛି । ଅନ୍ୟପଟେ ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ ୨୦୧୯ ବିଶ୍ବକପରେ ଭୁଲ୍‌ ଟିମ ଚୟନକୁ ଦୋଷ ଦେଇଛନ୍ତି । ବିଶ୍ବକପ ଟିମରେ ୩ଜଣ କିପର୍‌ ବ୍ୟାଟ୍ସମ୍ୟାନଙ୍କୁ ଚୟନ କରିବା ଉଚିତ ନିଷ୍ପତ୍ତି ନଥିଲା ବୋଲି ଶାସ୍ତ୍ରୀ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Ashes: ଇଂଲଣ୍ଡର ଲଢୁଆ ଜବାବ, ରୋମାଞ୍ଚକ ସ୍ଥିତିରେ ଗାବା ଟେଷ୍ଟ

ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ତା' ମାଟିରେ ଦୁଇଥର ଟେଷ୍ଟ ସିରିଜରେ ହରାଇବାରେ ସଫଳ ହୋଇଛି । ଏହାବ୍ୟତୀତ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଛି । ଅନ୍ୟପକ୍ଷରେ ଘରୋଇ ମାଟିରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜେୟ ରହିଛି । ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଟି-୨୦ ସିରିଜ୍ ଜିତିଛି ।

ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଭାରତ ମୋଟ ୪୩ ଟେଷ୍ଟ ଖେଳିଛି, ଯେଉଁଥିରୁ ୨୫ରେ ବିଜୟୀ ହୋଇଥିବା ବେଳେ ୧୩ଟିରେ ପରାସ୍ତ ହୋଇଛି । ୫ଟି ମ୍ୟାଚ୍ ଡ୍ର' ରହିଛି । ସେହିପରି ଦିନିକିଆରେ ଭାରତ ୭୯ ମ୍ୟାଚରୁ ୫୩ ବିଜୟ, ୨୩ ପରାଜୟ, ଦୁଇଟି ଟାଇ ଏବଂ ଗୋଟିଏ ବିନା ଫଳାଫଳରେ ଶେଷ ହୋଇଛି । ଟି-୨୦ ଫର୍ମାଟରେ ଭାରତ ୬୮ ମ୍ୟାଚରୁ ୪୪ ବିଜୟ ଓ ୨୦ଟିରେ ପରାସ୍ତ ହୋଇଛି । ସେଥିରୁ ଦୁଇଟି ଟାଇ ଏବଂ ଦୁଇଟି ବିନା ଫଳାଫଳ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details