ଓଡିଶା

odisha

ETV Bharat / sports

ମାଗଣାରେ ଫାବିଫ୍ଲୁ ବାଣ୍ଟିବେ ଗୌତମ ଗମ୍ଭୀର - ଗୌତମ ଗମ୍ଭୀରଙ୍କ ଖବର

କୋରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଫାବିଫ୍ଲୁ ଔଷଧକୁ ମାଗଣାରେ ଦେବାକୁ ଘୋଷଣା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଅଧିକ ପଢ଼ନ୍ତୁ...

ମାଗଣାରେ ଫାବିଫ୍ଲୁ ବଣ୍ଟନ କରିବେ ଗୌତମ ଗମ୍ଭୀର
ମାଗଣାରେ ଫାବିଫ୍ଲୁ ବଣ୍ଟନ କରିବେ ଗୌତମ ଗମ୍ଭୀର

By

Published : Apr 21, 2021, 9:06 PM IST

ନୂଆଦିଲ୍ଲୀ: ପୁଣି ଥରେ ନୂଆ ରୂପରେ କାୟା ବିସ୍ତାର କରିବାକୁ ଲାଗିଛି କୋରୋନା ମହାମାରୀ। ଏଭଳି ସସୟରେ କୋରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଫାବିଫ୍ଲୁ ଔଷଧକୁ ମାଗଣାରେ ଦେବାକୁ ଘୋଷଣା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଏହାକୁ ନେଇ ଗୌତମ ଗମ୍ଭୀର ଟ୍ବିଟ କରି ସୂଚନା ଦେବା ସହ ଔଷଧ ନେବାକୁ ଆସୁଥିବା ଲୋକଙ୍କୁ ସାଥିରେ ପ୍ରେସକ୍ରିପସନ୍ ଓ ଆଧାରକାର୍ଡ ଆଣିବାକୁ କହିଛନ୍ତି।

ମାଗଣାରେ ଫାବିଫ୍ଲୁ ବଣ୍ଟନ କରିବେ ଗୌତମ ଗମ୍ଭୀର

ଫାବିଫ୍ଲୁ ଔଷଧ ପାଇଁ ପୂର୍ବ ଦିଲ୍ଲୀରେ ଥିବା ଜାଗୃତି ଏନକ୍ଲେଭ କାର୍ଯ୍ୟାଳୟ ଠିକଣା ଦେଇଛନ୍ତି ଗୌତମ ଗମ୍ଭୀର। ଗୌତମ ଗମ୍ଭୀର ଟ୍ବିଟ କରି ଲେଖିଛନ୍ତି ଯେ, "ପୂର୍ବ ଦିଲ୍ଲୀରେ ରହୁଥିବା ଲୋକେ 'ଫାବିଫ୍ଲୁ' ମାଗଣାରେ ପାଇ ପାରିବେ। ପୂର୍ବ ଦିଲ୍ଲୀରେ ଥିବା ଜାଗୃତି ଏନକ୍ଲେଭ ସାଂସଦ କାର୍ଯ୍ୟାଳୟରୁ ସକାଳ 10ଟାରୁ ସନ୍ଧ୍ୟା 5ଟା ମଧ୍ୟରେ ଆପଣ ମାଗଣରେ ଏହି ଔଷଧ ପାଇ ପାରିବେ। ଦୟାକରି ଔଷଧ ନେବା ବେଳେ ସାଥିରେ ଆଧାର କାର୍ଡ ଓ ପ୍ରେସ୍କ୍ରିପସନ ନେଇ ଆସନ୍ତୁ।"

ଏହାପୂର୍ବରୁ ମଧ୍ୟ ଗୌତମ ଗମ୍ଭୀର ବହୁ ସାମାଜିକ କାର୍ଯ୍ୟ କରି ଆସିଛନ୍ତି। ଦିଲ୍ଲୀରେ କୋରୋନା ସଂକ୍ରମଣ ହାର ବର୍ତ୍ତମାନ 32.82 ପ୍ରତିଶତ ରହିଛି । କୋରୋନା ନମୂନାରେ ପ୍ରତି 3 ଜଣଙ୍କ ମଧ୍ୟରେ ଜଣେ କୋରୋନା ସଂକ୍ରମିତ ହେଉଥିବା ତଥ୍ୟ ପଦାକୁ ଆସିଛି।

ଦିଲ୍ଲୀରେ କୋରୋନା ସ୍ଥିତି ବର୍ତ୍ତମାନ ସଙ୍ଗୀନ ରହିଛି। ବହୁ ହସ୍ପିଟାଲରେ କୋରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ ଅଭାବ ଦେଖା ଦେଇଛି। କେତେକ ହସ୍ପିଟାଲରେ କିଛି ଘଣ୍ଟା ମଧ୍ୟରେ ଅକ୍ସିଜେନ ଶେଷ ହେବା ତଥ୍ୟ ପଦାକୁ ଆସିଛି। ଗତ 6ଦିନ ମଧ୍ୟରେ ଦିଲ୍ଲୀରେ 1100 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details