ETV Bharat Odisha

ଓଡିଶା

odisha

ETV Bharat / sports

ପ୍ରଣବଙ୍କ ପ୍ରାର୍ଥୀତ୍ବକୁ ପୂର୍ବତନ କ୍ରିକେଟରଙ୍କ ସ୍ବାଗତ, କହିଲେ ବଦଳିବ ଓଡିଶା କ୍ରିକେଟର ଭାଗ୍ୟ - ଓସିଏ ନିର୍ବାଚନ

ଓଡିଶା କ୍ରିକେଟ ଆସୋସିଏସନର ସଭାପତି ରେସରେ ରହିଛନ୍ତି ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ । ଓସିଏରେ ସଭାପତି ପଦ ପାଇଁ ପ୍ରଣବ ପ୍ରକାଶ ଦାସଙ୍କ ପ୍ରାର୍ଥୀତ୍ବକୁ ନେଇ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ପୱନ ଅଗ୍ରୱାଲ । ଅଧିକ ପଢନ୍ତୁ

ଏଥର ଓଡିଶା କ୍ରିକେଟର ଭାଗ୍ୟ ବଦଳିବ : ପୱନ ଅଗ୍ରୱାଲ
ଏଥର ଓଡିଶା କ୍ରିକେଟର ଭାଗ୍ୟ ବଦଳିବ : ପୱନ ଅଗ୍ରୱାଲ
author img

By

Published : Oct 16, 2022, 7:49 PM IST

କଟକ:ରାଜନୀତିରେ ଲମ୍ବା ଇନିଂସ ଖେଳିବା ପରେ ଏବେ କ୍ରିକେଟ ପ୍ରଶାସକ ଇନିଂସ ଖେଳିବାକୁ ଯାଉଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଓଡିଶା କ୍ରିକେଟ ଆସୋସିଏସନର ସଭାପତି ରେସ୍‌ରେ ରହିଛନ୍ତି ରାଜ୍ୟ ରାଜନୀତିର ଏହି ପାୱାରଫୁଲ ନେତା । ତେବେ ପ୍ରଣବ ପ୍ରକାଶଙ୍କର ଓସିଏରେ ପ୍ରବେଶକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି । ଓସିଏରେ ସଭାପତି ପଦ ପାଇଁ ପ୍ରଣବଙ୍କ ପ୍ରାର୍ଥୀତ୍ବକୁ ସ୍ବାଗତ କରିଛନ୍ତି ପୂର୍ବତନ କ୍ରିକେଟର ପୱନ ଅଗ୍ରୱାଲ ।

ଏଥର ଓଡିଶା କ୍ରିକେଟର ଭାଗ୍ୟ ବଦଳିବ : ପୱନ ଅଗ୍ରୱାଲ

ସେ କହିଛନ୍ତି, "ଓଡିଶା କ୍ରିକେଟ ଆସୋସିଏସନକୁ ଏକ ବଳଶାଳୀ ସଭାପତିର ଆବଶ୍ୟକ ରହିଥିଲା । ଯିଏ ଓଡିଶା କ୍ରିକେଟକୁ ବିକାଶ ଦିଗରେ ନେଇଯିବେ । ଓସିଏରେ ବବି ଦାସଙ୍କ ଏଣ୍ଟ୍ରିପରେ ଓଡିଶା କ୍ରିକେଟରେ ମଧ୍ୟ ବିକାଶ ହେବ । ସେ ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପାଇଁ ଉପଯୁକ୍ତ ପ୍ରାର୍ଥୀ ଅଟନ୍ତି । ଓସିଏରେ ଅନେକ ସମସ୍ୟା ରହିଛି । ପ୍ରଣବ ପ୍ରକାଶ ଦାସ ତାର ସମାଧାନ କରି ଓଡିଶା କ୍ରିକେଟକୁ ଆଗକୁ ନେଇ ପାରିବେ । ଯେମିତିକି ଜିଲ୍ଲା ସ୍ତରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରିବା । କ୍ରିକେଟରମାନଙ୍କ ମ୍ୟାଚ ପ୍ରାକ୍ଟିସ ପାଇଁ ଭଲ ପିଚ୍‌ ସୃଷ୍ଟି କରିବା । ଦକ୍ଷ କ୍ରିକେଟରଙ୍କୁ ଓଡଶା ଦଳରେ ଚୟନ କରାଯିବା ଆଦି ଚ୍ୟାଲେଞ୍ଜ ତାଙ୍କ ପାଖରେ ରହିଛି ।"

ଆସନ୍ତା ଅକ୍ଟୋବର ୨୮ ତାରିଖରେ ଓସିଏ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଅକ୍ଟୋବର 21 ତାରିଖ ଦିନ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କରାଯିବ । ସେହିପରି 23 ତାରିଖ ଦିନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । 23 ତାରିଖ ସଂନ୍ଧ୍ୟା 5ଟା ବେଳେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ତେବେ ଓଡିଶା କ୍ରିକେଟରେ ଆଗକୁ ବିକାଶ ହେବା ହେବାନେଇ ସମସ୍ତେ ଆଶାବାଦୀ । କାରଣ ପ୍ରଣବ ପ୍ରକାଶ ଦାସ ରାଜ୍ୟ ସରକାରଙ୍କର ଏକ ପ୍ରମୁଖ ଅସ୍ତ୍ର । ଫୁଟବଲ ଓ ହକିର ଆୟୋଜକ ରହି ଓଡିଶା କ୍ରୀଡା ମାନଚିତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details