ଓଡିଶା

odisha

ETV Bharat / sports

ପନ୍ତଙ୍କ ଟେଷ୍ଟ ଶତକ ରେକର୍ଡ - ଋଷଭ ପନ୍ତଙ୍କ ଶତକ

ଏଜବଷ୍ଟନରେ ଚାଲିଥିବା ଭାରତ ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଋଷଭ ପନ୍ତଙ୍କ ଦମଦାର ଶତକ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ପଞ୍ଚମ ଶତକ ହାସଲ କରିଛନ୍ତି ଋଷଭ । ଏବେ ସମସ୍ତଙ୍କ ମୁହଁରେ ଋଷଭଙ୍କ ପ୍ରଶଂସା । ଅଧିକ ପଢନ୍ତୁ

ପନ୍ତଙ୍କ ଟେଷ୍ଟ ଶତକ ରେକର୍ଡ
ପନ୍ତଙ୍କ ଟେଷ୍ଟ ଶତକ ରେକର୍ଡ

By

Published : Jul 3, 2022, 10:49 PM IST

ହାଇଦ୍ରାବାଦ: ଏଜବଷ୍ଟନରେ ଚାଲିଥିବା ଭାରତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚରେ ଋଷଭ ପନ୍ତଙ୍କ ଦମଦାର ଶତକ ହାସଲ । ମ୍ୟାଚ ଆରମ୍ଭରୁ ଭାରତ ବିପର୍ଯ୍ୟୟ ବ୍ୟାଟିଂର ସାମ୍ନା କରିଥିଲା । ପରେ ଋଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜାଙ୍କ ପାର୍ଟନରସିପ୍ ଭାରତର ସ୍କୋରକୁ ଆଗକୁ ନେଇଥିଲା । ଜାଡେଜା ଏବଂ ପନ୍ତଙ୍କ ଯୋଡି ଭାରତ ପାଇଁ ୨୨୨ ରନ ସଂଗ୍ରହ କରିଥିଲେ । ଭାରତୀୟ ଦଳର ୱିକେଟ କିପର ଋଷଭ ପନ୍ତ ୮୯ ବଲରୁ ୧୦୦ ରନ ସଂଗ୍ରହ କରିଥିଲେ । ଏହା ତାଙ୍କ ଟେଷ୍ଟ କ୍ରିକେଟର ପଞ୍ଚମ ଶତକ ।

2018 ମସିହା ଭାରତ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପଞ୍ଚମ ଟେଷ୍ଟ । ଏହି ଟେଷ୍ଟ ମ୍ୟାଚରେ ଋଷଭ ପନ୍ତ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ । ସେହିପରି ୨୦୧୯ ମସିହା ସିଡନୀରେ ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ପନ୍ତ ୧୫୯ ରନ କରି ଅପରାଜିତ ରହି କ୍ୟାରିୟରର ଦ୍ବିତୀୟ ଶତକ ହାସଲ କରିଥିଲେ । ୨୦୨୧ ମସିହା ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ପନ୍ତ ୧୦୧ ରନ କରି ତୃତୀୟ ଶତକ ହାସଲ କରିଥିଲେ । ୨୦୨୨ ମସିହା ଦକ୍ଷିଣ ଆଫ୍ରିକା କେପଟାଉନରେ ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚରେ ପନ୍ତ ୧୦୦ ରନ କରି ଟେଷ୍ଟ କ୍ୟାରିୟରର ଚତୁର୍ଥ ଶତକ ହାସଲ କରିଥିଲେ ।

ଏହା ସହିତ ପନ୍ତ ପଞ୍ଚମ ଶତକ ହାସଲ ପରେ ଟେଷ୍ଟ କ୍ରିକେଟରେ ୨୦୦୦ ରନ ପାର କରିଛନ୍ତି । ଏହି ମ୍ୟାଚକୁ ମିଶାଇ ପନ୍ତ ୩୧ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ପନ୍ତ ୫ଟି ଟେଷ୍ଟ ଶତକ ମଧ୍ୟରୁ ଏସିଆ ବାହାରେ ୪ଟି ଶତକ ହାସଲ କରିଛନ୍ତି । ପନ୍ତ ପ୍ରଥମ ୱିକେଟ କିପର ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ବାହାରେ ଦୁଇଟି ଶତକ ହାସଲ କରିଛନ୍ତି ।

ABOUT THE AUTHOR

...view details