ଓଡିଶା

odisha

ETV Bharat / sports

World Cup 2023: ବାଂଲାଦେଶୀ ପ୍ଲେୟାରଙ୍କୁ ଅଫର୍‌, ଭାରତକୁ ହରାଇଲେ ଡେଟିଂରେ ଯିବେ ଏହି ଅଭିନେତ୍ରୀ

ପାକାସ୍ତାନୀ ଅଭିନେତ୍ରୀଙ୍କ ଅଜବ ମନ୍ତବ୍ୟ । ଆଜିର ମ୍ୟାଚ୍‌ରେ ଭାରତ ହାରିଲେ ବାଂଲାଦେଶୀ କ୍ରିକେଟରଙ୍କ ସହ ମାଛ ଭୋଜନ କରିବେ । ଅଧିକ ପଢ଼ନ୍ତୁ

pakistani actress sehar shinwari
pakistani actress sehar shinwari

By ETV Bharat Odisha Team

Published : Oct 19, 2023, 9:22 AM IST

ହାଇଦ୍ରାବାଦ:ଆଜି ବିଶ୍ବକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ । ତିନୋଟି ମ୍ୟାଚ୍‌ ଖେଳି ବିଜୟ ଧାରା ଜାରି ରଖିଥିବା ଭାରତ ଆଜି ଚତୁର୍ଥ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ଏହି ମ୍ୟାଚ୍‌କୁ ନେଇ ଅଜବ ସର୍ତ୍ତ ରଖିଛନ୍ତି ପାକିସ୍ତାନୀ ଅଭିନେତ୍ରୀ ସେହାର ସିନଓ୍ବାରି । ଯଦି ବାଂଲାଦେଶ ଭାରକୁ ପରାସ୍ତ କରେ ତେବେ ସେ ବାଂଲେଦେଶ କ୍ରିକେଟରଙ୍କ ସହ ଡିନର ଡେଟ୍‌ରେ ଯିବେ ବୋଲି କହିଛନ୍ତି । ଏହା ପୂର୍ବରୁ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିଥିଲା । କିନ୍ତୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇ ପରାଜିତ ହୋଇଥିଲା ପାକିସ୍ତାନ । ତେଣୁ ଭାରତଠାରୁ ଆଜି ବାଂଲାଦେଶ ଖେଳାଳି ପ୍ରତିଶୋଧ ନିଅନ୍ତୁ ବୋଲି ଚାହୁଁଛନ୍ତି ପାକିସ୍ତାନ ଅଭିନେତ୍ରୀ ।

ସେ ଟ୍ବିଟ୍‌ କରି କହିଛନ୍ତି ଯେ, ଆଜି ବିଶ୍ବକପରେ ଖେଳାଯିକୁ ଥିବା ମ୍ୟାଚ୍‌ରେ ଭାରତଠାରୁ ମୋର ବାଂଲାଦେଶର ବନ୍ଧୁ ପ୍ରତିଶୋଧ ନେବେ । ଯଦି ବାଂଲାଦେଶ ଭାରତକୁ ପରାସ୍ତ କରେ ତେବେ ମୁଁ ଢାକା ଯାଇ ବାଂଲଦେଶର କ୍ରିକେଟରଙ୍କ ସହ ଡିନର ଡେଟରେ ଯାଇ ମାଛ ଖାଇବି । କେବଳ ବାଂଲାଦେଶ ହିଁ ଭାରତକୁ ଉପଯୁକ୍ତ ଶିକ୍ଷା ଦେଇପାରିବ ।

ଏହା ମଧ୍ୟ ପଢନ୍ତୁ-World Cup 2023: ପାକିସ୍ତାନକୁ ମାତ ଦେଇ ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ

ଏହା ପୂର୍ବରୁ ଏସିଆ କପରେ ଭାରତଠାରୁ ପାକିସ୍ତାନର ପରାଜୟ ପରେ ଅଜବ ଟ୍ବିଟ କରିଥିଲେ ଶେହାର ସିନଓ୍ବାରି । ପ୍ରଶଂସକଙ୍କ ଭାବନା ସହ ବାବର ଆଜାମ ଏବଂ ତାଙ୍କ ଖେଳାଳିମାନେ ଖେଳିଥିବା ଅଭିଯୋଗ ଆଣିଥିଲେ ସେହାର ସିନଓ୍ବାରି । 2022ରେ ଖେଳାଯାଇଥିବା ଟି20 ବଶ୍ବକପ୍‌ରେ ଜିମ୍ବାୱେ ଓ ଭାରତ ମଧ୍ୟରେ ମୁକାବିଲା ସମୟରେ ମଧ୍ୟ ଅଜବ ଟ୍ବିଟ୍‌ କରି ଚର୍ଚ୍ଚାକୁ ଆସିଥିଲେ ଏହି ପାକିସ୍ତାନ ଅଭିନେତ୍ରୀ । ଯଦି ଭାରତକୁ ଟି20 ବିଶ୍ବକପରେ ଜିମ୍ବାୱେ ପରାଜିତ କରେ ତେବେ ସେ ଜିମ୍ବାୱିଆନ ଯୁବକଙ୍କୁ ବିବାହ କରିବେ ବୋଲି ଟ୍ବିଟ୍‌ କରି କହିଥିଲେ ।

ଏହା ମଧ୍ୟ ପଢନ୍ତୁ-World Cup 2023: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳକୁ ଫେରିଲେ ଗିଲ

ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ପାକିସ୍ତାନ ବିପକ୍ଷରେ 7 ୱିକେଟ୍‌ରେ ଐତିହାସିକ ବିଜୟ ହାସଲ କରିଥିଲା ରୋହିତ ବାହିନୀ । ବିଶ୍ବକପ୍‌ରେ ପାକିସ୍ତାନକୁ ଅଷ୍ଟମ ଥର ପରାସ୍ତ କରି 8-0 ମିଶନକୁ ବଜାୟ ରଖିଥିଲା ଭାରତ । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲା ପାକିସ୍ତାନ ।

ABOUT THE AUTHOR

...view details