ବର୍ମିଂହାମ(ଇଂଲଣ୍ଡ): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଆଜି ଦ୍ବିତୀୟ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଖେଳୁଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ପାକିସ୍ତାନ(Pakistan Won the Toss) । ବର୍ଷା ଯୋଗୁଁ ମ୍ୟାଚ୍କୁ ୧୮ ଓଭରକୁ କମାଇ ଦିଆଯାଇଛି ।
ଆଜିର ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଭାରତ ମଧ୍ୟ ପ୍ରଥମେ ବୋଲିଂ କରିବାକୁ ହିଁ ଚାହୁଁଥିଲା ବୋଲି କହିଛନ୍ତି ଅଧିନାୟିକା ହରମନପ୍ରୀତ କୌର । ପୂର୍ବ ନିର୍ଦ୍ଧାରିତ ରଣନୀତି ସହ ମ୍ୟାଚ୍ ଖେଳୁଛି ଟିମ୍ ଇଣ୍ଡିଆ । ସେପଟେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ହୋଇଥିବାରୁ ପ୍ରଥମେ ରନ୍ କରି ବପକ୍ଷ ଦଳ ଉପରେ ଚାପ ପକାଇବାକୁ ଦଳ ଚେଷ୍ଟ କରିବ ବୋଲି କହିଛନ୍ତି ପାକିସ୍ତାନ ଅଧିନାୟିକା ବିସମାହ୍ ମାରୁଫ ।