ଓଡିଶା

odisha

ETV Bharat / sports

T20 World Cup: କିିୱି ଦଳକୁ ପରାସ୍ତ କରି 13ବର୍ଷ ପରେ ଫାଇନାଲରେ ପାକିସ୍ତାନ

୭ ୱିକେଟରେ ଜିତିଲା ପାକିସ୍ତାନ । ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଲା ବାବର ଆଜମଙ୍କ ଟିମ୍ । ଅଧିକ ପଢନ୍ତୁ

By

Published : Nov 9, 2022, 5:06 PM IST

Updated : Nov 9, 2022, 5:18 PM IST

T20 World Cup : କିିୱି ଦଳକୁ ପରାସ୍ତ କରି ଫାଇନାଲ ଟିକଟ ହାତେଇଲା ପାକିସ୍ତାନ
T20 World Cup : କିିୱି ଦଳକୁ ପରାସ୍ତ କରି ଫାଇନାଲ ଟିକଟ ହାତେଇଲା ପାକିସ୍ତାନ

ସିଡନୀ: ୧୩ ବର୍ଷ ପରେ ଟି-୨୦ ବିଶ୍ବକପ ଫାଇନାଲରେ ପ୍ରବେଶ କରିଲା ପାକିସ୍ତାନ । ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଲା ବାବର ଆଜମଙ୍କ ଟିମ୍ । ପ୍ରଥମେ ଧିମା ବ୍ୟାଟିଂ କରିବା ପରେ ବୋଲିଂରେ ମଧ୍ୟ ବିଫଳ ହେଲା କିୱି ଦଳ । ପାକିସ୍ତାନ ବ୍ୟାଟରଙ୍କ ଆଗରେ ହାର୍ ମାନିଲା ବ୍ଲାକ୍ କ୍ୟାପ୍ସର ରଣନୀତି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୫୨ ରନ୍ କରିଥିଲା । ଏହାର ଜବାବରେ ମହମ୍ମଦ ରିଜୱାନ ଓ ବାବର ଆଜମଙ୍କ ଦମଦାର ଅର୍ଦ୍ଧଶତକ ବଳରେ ପାକିସ୍ତାନ ନିର୍ଦ୍ଧାରିତ ୧୯.୧ ଓଭରରେ ୩ ୱିକେଟ ହରାଇ ୧୫୩ ରନ୍ କରିଛି । ତେବେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାକିସ୍ତାନର ଷ୍ଟାର ବ୍ୟାଟର ମହମ୍ମଦ ରିଜଓ୍ୱାନ ମ୍ୟାନ୍ ଅଫ୍ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।

ଟି୨୦ ବିଶ୍ବକପରେ ପାକିସ୍ତାନ ପ୍ରଥମ ଦୁଇଟି ମ୍ୟାଚ ହାରିବା ପରେ ଦଳର ଅପରାଜୟ ଧାରା ଜାରି ରହିଛି । ଫାଇନାଲ ଟିକଟ୍ ହାତେଇବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ବାବର ଆଜମ ଦଳ । ଆରମ୍ଭରୁ ହିଁ ନ୍ୟୁଜିଲାଣ୍ଡ ବିପକ୍ଷରେ ମାପି ଚୁପି ବୋଲିଂ କରିଥିଲା ପାକିସ୍ତାନ । ଶେଷରେ ନ୍ୟୁଜିଲାଣ୍ଡକୁ ୧୫୨ ରନରେ ରୋକିବାରେ ସକ୍ଷମ ରହିଥିଲା ମେନ୍ ଇନ୍ ଗ୍ରୀନ୍ ।

୧୫୩ ରନର ଟାର୍ଗେଟ ନେଇ ପ୍ରାରମ୍ଭରୁ ଓପନିଂ ଯୋଡି ଧୂଆଁଧାର ବ୍ୟାଟିଂ କରିଥିଲେ । ଉଭୟଙ୍କ ପାର୍ଟନରସିପରେ ଦଳୀୟ ସ୍କୋର ପାଇଁ ୧୦୫ ରନ୍ ଯୋଡି ହୋଇଥିଲା । ବାବର ଆଜମ ୪୨ ବଲରୁ ୭ ଟି ଚୌକା ସହିତ ୫୩ ରନର ଇନିଂସ ଖେଳି ଆଉଟ ହୋଇଥିଲେ । ସେହିପରି ମହମ୍ମଦ ରିଜୱାନ ୪୩ ବଲରୁ ୫ ଟି ଚୌକା ସହିତ ୫୭ ରନର ଧୂଆଁଧାର ଇନିଂସ ଖେଳିଥିଲେ । ମହମ୍ମଦ ହରିଶ ୨୬ ବଲରୁ ୩୦ ରନ କରିଥିଲେ ।

ସେପଟେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟଜିଲାଣ୍ଡ । ଡାର୍ଲି ମିଚେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ଅଧିନାୟକ କେନ୍ ୱିଲିୟମସେନଙ୍କ ଇନିଂସ ବଳରେ ନ୍ୟୁଜିଲାଣ୍ଡ ୧୫୨ ରନ୍ କରିପାରିଥିଲା । ଡାର୍ଲି ମିଚେଲ ୩୫ ବଲରୁ ୩ ଟି ଚୌକା ଓ ଗୋଟିଏ ଛକା ସହିତ ୫୩ ରନ ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ଡେଭନ୍ କନୱେ ୨୦ ବଲରୁ ୨୧ ରନ୍, ଅଧିନାୟକ ୱିଲିୟମସନ ୪୨ ବଲରୁ ୪୬ରନ୍, ଜେମ୍ସ ନିଶାମ ୧୨ ବଲରୁ ୧୬ ରନ କରିଥିଲେ ।

Last Updated : Nov 9, 2022, 5:18 PM IST

ABOUT THE AUTHOR

...view details