ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC)ର ବଡ ଘୋଷଣା । 2024 ଠାରୁ 2031 ପର୍ଯ୍ୟନ୍ତ ସୀମିତ ଓଭର କ୍ରିକେଟର ୮ଟି ବଡ ଟୁର୍ଣ୍ଣାମେଣ୍ଟର ସୂଚୀ ଓ ଆୟୋଜକ ଦେଶର ନାମ ଘୋଷଣା କରିଛି କ୍ରିକେଟର ସର୍ବୋଚ୍ଚ ପରିଚାଳନା ବୋର୍ଡ । ୮ଟି ନୂଆ ଟୁର୍ନାମେଣ୍ଟର ଘୋଷଣା ହୋଇଥିବା ବେଳେ ୧୨ଟି ଭିନ୍ନ ଆୟୋଜକ ଦେଶ ମଧ୍ୟ ରହିଛନ୍ତି । ସେହିପରି ଚମ୍ପିଆନ୍ସ ଟ୍ରଫି ଆନୁଷ୍ଠାନିକ ଭାବେ ICC ଇଭେଣ୍ଟକୁ ଫେରିଛି । ICC ପକ୍ଷରୁ ଟ୍ବିଟ ଯୋଗେଁ ଏହି ଘୋଷଣା କରାଯାଇଛି । ଏହି ସମୟ ଅବଧି ମଧ୍ୟରେ ପାକିସ୍ତାନକୁ ଗୋଟିଏ ICC ଇଭେଣ୍ଟ ଆୟୋଜନ ମାନ୍ୟତା ମିଳିଥିବାବେଳେ ଭାରତକୁ ୩ଟି ଇଭେଣ୍ଟର ଆୟୋଜକ ମାନ୍ୟତା ମିଳିଛି ।
ନଜର ପକାନ୍ତୁ ICC ପକ୍ଷରୁ ଘୋଷିତ ନୂଆ ୮ଟି ଇଭେଣ୍ଟ ଉପରେ...
୧. ୨୦୨୪ ICC ପୁରୁଷ ଟି-୨୦ ବିଶ୍ବକପ
- ଏହି ଟୁର୍ନାମେଣ୍ଟର ମିଳିତ ଆୟୋଜକ ଦେଶ ରହିଛନ୍ତି UAE ଓ ୱେଷ୍ଟଇଣ୍ଡିଜ ।
୨. ୨୦୨୫ ICC ଚମ୍ପିଆନ୍ସ ଟ୍ରଫି(Champions Trophy)
- ଏହି ସଂସ୍କରଣର ଚମ୍ପିଆନ୍ସ ଟ୍ରଫି ଟୁର୍ନାମେଣ୍ଟ ପାକିସ୍ତାନ ଆୟୋଜନ କରିବା ନେଇ ଘୋଷଣା କରିଛି ICC ।
୩. ୨୦୨୬ ICC ପୁରୁଷ ଟି-୨୦ ବିଶ୍ବକପ
- ଏହି ସଂସ୍କରଣର ଟି-୨୦ ବିଶ୍ବକପ ଆୟୋଜକ ରହିଛନ୍ତି ଭାରତ ଓ ଶ୍ରୀଲଙ୍କା ।
୪. ୨୦୨୭ ବିଶ୍ବକପ(WorldCup)
- ଏହି ସଂସ୍କରଣର ଦିନିକିଆ ବିଶ୍ବକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଆୟୋଜିତ ହେବ ।