ଓଡିଶା

odisha

By

Published : May 7, 2021, 10:57 PM IST

ETV Bharat / sports

ୟୁଏଇରେ ପିଏସଏଲ ପାର୍ଟ-2 ପ୍ରସ୍ତୁତିରେ PCB

ୟୁଏଇରେ ହୋଇପାରେ ସ୍ଥଗିତ ଥିବା ପାକିସ୍ତାନ ସୁପର ଲିଗ୍‌ର 20ଟି ଅବଶିଷ୍ଟ ମ୍ୟାଚ । ଅଧିକ ପଢନ୍ତୁ...

Pakistan Super League's remaining matches may be held in UAE
ୟୁଏଇରେ ପିଏସଏଲ ପାର୍ଟ-2 ପ୍ରସ୍ତୁତିରେ ପିସିବି

ଲାହୋର: ୟୁଏଇରେ ହୋଇପାରେ ସ୍ଥଗିତ ଥିବା ପାକିସ୍ତାନ ସୁପର ଲିଗର 20ଟି ଅବଶିଷ୍ଟ ମ୍ୟାଚ । ପାକିସ୍ତାନ କ୍ରିକେଟ ବୋର୍ଡ ଓ ଲିଗ୍‌ର 6ଟି ଫ୍ରାଞ୍ଚାଇଜ ଶୁକ୍ରବାର ଭର୍ଚୁଆଲ ମାଧ୍ୟମରେ ୟୁଏଇରେ ଆୟୋଜନ ନେଇ ବୈଠକ କରିଛନ୍ତି ।

ପାକିସ୍ତାନରେ କୋଭିଡ-19 ସଂକ୍ରମଣ ମାମଲା ବୃଦ୍ଧି ପରେ ପିଏସଏଲ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ 4ରେ ସ୍ଥଗିତ ହେଇଥିଲା । ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ପିସିବି ଲିଗ୍‌କୁ ସ୍ଥଗିତ ଘୋଷଣା କରିଥିଲା ।

ପିଏସଏଲର ଷଷ୍ଠ ସଂସ୍କରଣକୁ ଶେଷ କରିବାକୁ ଅନେକ ଆହ୍ବାନ ରହିଛି । ତେବେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ସମସ୍ତ ପ୍ରୟାସ କରାଯାଉଥିବା କହିଛନ୍ତି ପିସିବି ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ୱାସିମ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details