ହାଇଦ୍ରାବାଦ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଶ୍ରୀଲଙ୍କାରେ ଆରମ୍ଭ ହୋଇଯିବ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ । ଏହି ମ୍ୟାଚ ଉପରେ ରହିଛି ସାରା ବିଶ୍ବର ନଜର । ପାକିସ୍ତାନ ଏସିଆ କପରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ବେଳେ ଭାରତ ଆଜିଠାରୁ ଏସିଆ କପ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ତେବେ ମ୍ୟାଚ ପୂର୍ବରୁ କୋହଲିଙ୍କ 2019 ହୋଇଥିବା ସାକ୍ଷାତକୁ ନେଇ ମତ ରଖିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ । ସେ ବିରାଟଙ୍କୁ ଭେଟିବା ପରେ ତାଙ୍କ ଠାରୁ ବହୁତ କିଛି ଶିଖିଥିବା ପ୍ରି ମ୍ୟାଚ କନଫେରନ୍ସରେ କହିଛନ୍ତି ବାବର ।
ନିକଟରେ ବିରାଟ କୋହଲି ଏକ ସାକ୍ଷାତକାରରେ ବାବର ଆଜମଙ୍କୁ ପ୍ରଶଂସା କରିଥିଲେ । ସମସ୍ତ ଫର୍ମାଟରେ ସେ ବିଶ୍ବର ଜଣେ ଭଲ ବ୍ୟାଟ୍ସମ୍ୟାନ ବୋଲି କହିଥିଲେ କୋହଲି । 2019 ମସିହାରେ ମାଞ୍ଚେଷ୍ଟରରେ ଆୟୋଜିତ ହୋଇଥିବା ଦିନିକିଆ ବିଶ୍ବକପ ପରେ ବାବରଙ୍କ ସହ କୋହଲିଙ୍କ ପ୍ରଥମ ସାକ୍ଷାତ ହୋଇଥିଲା । ସେ ମେତେ ସମ୍ମାନ କରନ୍ତି ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ପରିବର୍ତ୍ତନ ହୋଇ ନାହିଁ ବୋଲି କହିଥିଲେ କୋହଲି ।
ଏହା ମଧ୍ୟ ପଢନ୍ତୁ-Asia Cup 2023: ଆଜି ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍
ଏନେଇ ବାବର ଆଜମ କହିଛନ୍ତି ଯେ, ବର୍ତ୍ତମାନ କୋହଲିଙ୍କ ସହ ମୋର ସାକ୍ଷାତକୁ ନେଇ ଯାହା ଆଲୋଚନା ଚାଲିଛି ତାକୁ ଛାଡିଦିଅନ୍ତୁ। ଏହା ଉପରେ ମୁଁ କୌଣସି ମତ ରଖିବାକୁ ଚାହୁଁ ନାହିଁ । ସମସ୍ତଙ୍କର ମତ ରହିଛି । ପରସ୍ପରକୁ ସମ୍ମାନ କରିବା ଉଚିତ୍ । ମୋତେ ଶିକ୍ଷା ଦିଆଯାଇଛି ବରିଷ୍ଠ ମାନଙ୍କୁ ସମ୍ମାନ ଦେବା ଉଚିତ୍ । ମୁଁ ତାଙ୍କ ଠାରୁ ବହୁତ କିଛି ଶିଖିଛି । ମୁଁ ଅନେକ ସାକ୍ଷାତକାରରେ କହିଛି 2019 ରେ ମୁଁ ତାଙ୍କ ସହ କଥା ହୋଇଥିଲି । ସେ ମୋତେ ବହୁତ ସାହାଯ୍ୟ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-Asia Cup 2023 Ind vs Pak: ଦିନକ ଆଗରୁ ଦଳ ଘୋଷଣା କଲା ପାକିସ୍ତାନ, ମ୍ୟାଚ୍ରେ ବର୍ଷା ସାଜିପାରେ ବାଧକ
ସେହିପରି ଏସିଆ କପକୁ ନେଇ ବାବର କହିଥିଲେ ଯେ, ଏସିଆ କପ ଏକ ଛୋଟ ଟୁର୍ଣ୍ଣାମେଣ୍ଟ ନୁହଁ । ଶକ୍ତିଶାଳୀ ଟିମ ଓ ବହୁତ ଭଲ ଖେଳାଳି ମାନେ ଏସିଆ କପ ଖେଳୁଛନ୍ତି । ଆମ ପାଇଁ ଏହା ସହଜ ନୁହଁ । ବିଶ୍ବକପ ପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି । ବର୍ତ୍ତମାନ ଏସିଆ କପ ଉପରେ ଆମର ନଜର ।
ଏସିଆ କପରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଶ୍ରୀଲଙ୍କା କ୍ୟାଣ୍ଡିର ପାଲ୍ଲେକେଲ ଷ୍ଟାଡିୟମ୍ରେ ମ୍ୟାଚ ଖେଳାଯିବ । ଏହାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଚୂଡାନ୍ତ ଏକାଦଶ ଘୋଷଣା କରିଥିଲା ।