ଓଡିଶା

odisha

ETV Bharat / sports

ICC World Cup 2023: ବିଶ୍ବକପ ପାଇଁ 15 ଜଣିଆ ସ୍କ୍ବାର୍ଡ ଘୋଷଣା କଲା ପାକିସ୍ତାନ

ଦିନିକିଆ ବିଶ୍ବକପ ପାଇଁ ଦଳ ଘୋଷଣା କଲା ପାକିସ୍ତାନ । ଆହତ କାରଣରୁ ବାଦ ପଡିଲେ ଯୁବ ପେସ ବୋଲର ନସିମ । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 23, 2023, 2:13 PM IST

Pakistan Squad For ICC Cricket World Cup
Pakistan Squad For ICC Cricket World Cup

ହାଇଦ୍ରାବାଦ:ଆଇସିସି ପୁରୁଷ ଦିନିକିଆ ବିଶ୍ବକପ ପାଇଁ ପାକିସ୍ତାନ 15 ଜଣିଆ ସ୍କ୍ବାର୍ଡ ଘୋଷଣା କରିଛି । ବାବର ଆଜମଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ପାକିସ୍ତାନ । ଦଳରୁ ବାଦ ପଡିଛନ୍ତି ନାସିମ ଶାହ ଓ ଫହିମ ଅସ୍ରଫ । ଯୁବ ପେସ ବୋଲର ନସିମଙ୍କ ସ୍ଥାନରେ ହାସାନ ଅଲିଙ୍କୁ ସ୍ଥାନ ମିଳିଛି । ସେହିପରି ଲେଗ ସ୍ପିନର ଉସମା ମିର ମଧ୍ୟ ଦଳକୁ ଫେରିଛନ୍ତି । ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି ପେସ ବୋଲର ନସିମ ଶାହ । ଫିଲ୍ଡିଂ କରୁଥିବା ବେଳେ ଏସିଆ କପରେ ସେ ଆହତ ହୋଇଥିଲେ । ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିଲା । ବର୍ତ୍ତମାନ ସେ ସୁସ୍ଥ ହୋଇନଥିବାରୁ ତାଙ୍କ ସ୍ଥାନରେ ହାସାନ ଅଲିଙ୍କୁ ସ୍ଥାନ ମିଳିଛି । ସୁସ୍ଥ ହେବା ପାଇଁ ତାଙ୍କୁ ସମୟ ଲାଗିପାରେ ।

ପାକିସ୍ତାନର 15 ଜଣିଆ ସ୍କ୍ବାର୍ଡ: ବାବର ଆଜମ (ଅଧିନାୟକ), ଇମାମ-ଉଲ୍‌-ହକ୍‌, ଫଖର ଜମାନ, ଅବଦୁଲା ଶଫିକ, ସଲମାନ ଆଗା, ସୌଦ ସକିଲ, ଇଫ୍‌ତିଖାର ଅହମ୍ମଦ, ମହମ୍ମଦ ରିଜୱାନ,ଶଦାବ ଖାନ, ମହମ୍ମଦ ନୱାଜ, ହ୍ୟାରିସ ରୌଫ, ହାସାନ ଅଲି, ଶାହିନ ଶାହ ଆଫ୍ରିଦି, ମହମ୍ମଦ ଓ୍ବାସିମ ଜୁନିୟର, ଉସମା ମୀରା ।

ଏହା ମଧ୍ୟ ପଢନ୍ତୁ-ICC World Cup 2023: ପୁରସ୍କାର ରାଶି ଘୋଷଣା, ବିଜୟୀ ଦଳକୁ ମିଳିବ 33 କୋଟି

ଏହା ମଧ୍ୟ ପଢନ୍ତୁ-SAFF U-19 Championship: ବାଂଲାଦେଶ ବିପକ୍ଷରେ 3-0ରେ ଜିତିଲା ଭାରତ

ଗତ ସେପ୍ଟେମ୍ବର 5 ତାରଖରେ ଭାରତ ବିଶ୍ବକପ ପାଇଁ ଦଳ ଘୋଷଣା କରିଥିଲା । ଆଇସିସି ପୁରୁଷ ଦିନିକିଆ ବିଶ୍ବକପ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା କରିଥିଲା ବିସିସିଆଇ । ପ୍ରେସମିଟ କରି ଦଳ ଘୋଷଣା କରିଥିଲେ ମୁଖ୍ୟ ଚନୟ କର୍ତ୍ତା ଅଜିତ ଅଗରକର । ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତ । ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ଟି-ଟ୍ବେଣ୍ଟି ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସ୍ଥାନ ପାଇଥିବା ବେଳେ ସଞ୍ଜୁ ସାମସନ ବାଦ ପଡିଛନ୍ତି ।

ପ୍ରକାଶ ଥାଉ କି, ଅକ୍ଟୋବର 5ରୁ ନଭେମ୍ବର 19 ତାରିଖ ଯାଏଁ ଭାରତରେ ବିଶ୍ବକପ ଖେଳାଯିବ । ମୋଟ 10ଟି ଦଳକୁ ନେଇ 10ଟି ଭେନ୍ୟୁରେ ବିଶ୍ବକପ ମ୍ୟାଚ ଖେଳାଯିବ । ସମସ୍ତ 10ଟି ଭେନ୍ୟୁ ଗୁଡିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା । ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରହିଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ ।

ABOUT THE AUTHOR

...view details