ଓଡିଶା

odisha

By ETV Bharat Odisha Team

Published : Oct 2, 2023, 7:14 PM IST

ETV Bharat / sports

Cricket World Cup 2023: ହାଇଦ୍ରାବାଦୀ ବିରିୟାନୀର ଦିୱାନା ହେଲେ ପାକିସ୍ତାନ କ୍ରିକେଟର, ଭାରତର ଆତିଥ୍ୟକୁ କଲେ ପ୍ରଶଂସା

ବିଶ୍ବକପ୍‌ ୨୦୨୩ ପାଇଁ ଭାରତରେ ଅଛନ୍ତି ପାକିସ୍ତାନ କ୍ରିକେଟ ଦଳ । ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ହାଇଦ୍ରାବାଦୀ ବିରିୟାନୀ ଓ ଭାରତର ଆତିଥ୍ୟକୁ ଖୁବ ପ୍ରଶଂସା କରିଛନ୍ତି ପାକିସ୍ତାନ କ୍ରିକେଟର ଶଦାବ ଖାନ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦୀ ବିରିୟାନୀର ଦିୱାନା ହେଲେ ପାକିସ୍ତାନ କ୍ରିକେଟର
ହାଇଦ୍ରାବାଦୀ ବିରିୟାନୀର ଦିୱାନା ହେଲେ ପାକିସ୍ତାନ କ୍ରିକେଟର

ହାଇଦ୍ରାବାଦ: ଦିନିକିଆ ବିଶ୍ବକପ୍‌ ୨୦୨୩ ପାଇଁ ଭାରତରେ ଅଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ । ବାବର ଆଜମଙ୍କ ଟିମ୍‌ ଯେତେବେଳେ ଭାରତରେ ପହଞ୍ଚିଥିଲା, ସେତେବେଳେ ସେମାନଙ୍କୁ ହାଇଦ୍ରାବାଦ ବିମାନବନ୍ଦରରେ ଜବରଦସ୍ତ ସ୍ବାଗତ କରାଯାଇଥିଲା । ସେବେଠାରୁ ହାଇଦ୍ରାବାଦରେ ରହିଛି ପାକିସ୍ତାନ ଟିମ୍‌ । ତେବେ ଏଠାରେ ପାକିସ୍ତାନୀ ଖେଳାଳିମାନେ ଲୋକାଲ ଖାଦ୍ୟର ଭରପୁର ମଜା ଉଠାଇଛନ୍ତି । ଏପରିକି ପାକିସ୍ତାନୀ ଦଳ ଭାରତର ଆତିଥ୍ୟତାକୁ ନେଇ ମଧ୍ୟ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ପାକିସ୍ତାନ କ୍ରିକେଟ ଦଳର ଉପଅଧିନାୟକ ଶଦାବ ଖାନ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଜାଣନ୍ତୁ ଷ୍ଟାର ବୋଲର ମହମ୍ମଦ ସିରାଜଙ୍କ ସଫଳତା ପଛର ସଙ୍ଘର୍ଷମୟ କାହାଣୀ

ପାକିସ୍ତାନ ଦଳର ଅଭିଜ୍ଞ ଲେଗ୍‌ ସ୍ପିନର ତଥା ଉପଅଧିନାୟକ ଶଦାବ ଖାନ ହାଇଦ୍ରାବାଦୀ ଖାଦ୍ୟକୁ ପ୍ରଶଂସା କରିଥିଲେ । ଏପରିକି ସିଙ୍ଘମ ଭଳି ବଲିଉଡ୍‌ ଫିଲ୍ମକୁ ମଧ୍ୟ ସେ ବହୁତ ପସନ୍ଦ କରନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଶଦାବ । ବଲିଉଡ ଚଳଚ୍ଚିତ୍ର ଏବଂ ଭାରତର ଲୋକାଲ ଖାଦ୍ୟକୁ ବହୁତ ଭଲ ପାଆନ୍ତି ବୋଲି ଶଦାବ କହିଛନ୍ତି । ଟିମ୍‌ ଦ୍ବାରା ଆୟୋଜିତ ପ୍ରଥମ ଗଣମାଧ୍ୟମ ସମ୍ମିଳନୀରେ ଶଦାବ କହିଛନ୍ତି, "ହାଇଦ୍ରାବାଦ ବିମାନବନ୍ଦରରେ ଆମକୁ ବେଶ ଭଲ ଭାବରେ ସ୍ବାଗତ କରାଯାଇଥିଲା ଏବଂ ହୋଟେଲକୁ ମଧ୍ୟ ଅନେକ ଲୋକ ଆସିଥିଲେ । ଏଠାକାର ଆତିଥ୍ୟତା ଆମକୁ ବେଶ ଭଲ ଲାଗିଲା ।" ହାଇଦ୍ରାବାଦୀ ବିରିୟାନୀକୁ ସମସ୍ତେ ପସନ୍ଦ କରନ୍ତି ଏବଂ ଶଦାବ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ପାଳି, ଯେଉଁଦିନ ମୈଦାନକୁ ଓହ୍ଲାଇଥିଲେ 'ହରିୟାଣା ହରିକେନ' କପିଲ ଦେବ

ଏହି ପ୍ରେସ୍‌ମିଟ୍‌ରେ ଯେତେବେଳେ କ୍ରିକେଟ୍ ଉପରେ ଆଲୋଚନା ହୋଇଥିଲା, ସେତେବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତି ଶଦାବଙ୍କ ସମ୍ମାନ ମଧ୍ୟ ସ୍ପଷ୍ଟ ଦେଖାଯାଉଥିଲା । ସେ କୁଲଦୀପ ଯାଦବଙ୍କୁ ସବୁଠାରୁ ଖତରନାକ ଭାରତୀୟ ବୋଲର ବୋଲି କହିଛନ୍ତି । ସେ କହିଛନ୍ତି, "ମୁଁ ରୋହିତ ଶର୍ମାଙ୍କୁ ବହୁତ ସମ୍ମାନ କରେ ଏବଂ ସେ ବିଶ୍ବର ଶ୍ରେଷ୍ଠ ବ୍ୟାଟରମାନଙ୍କ ମଧ୍ୟରୁ ଜଣେ । ଥରେ ସେ କ୍ରିଜରେ ସେଟ୍‌ ହୋଇଗଲେ ବିପକ୍ଷ ଦଳ ପାଇଁ ଅତ୍ୟନ୍ତ ଖତରନାକ ପାଲଟିଯାଆନ୍ତି । ବୋଲରଙ୍କ ବିଷୟରେ କହିବାକୁ ଗଲେ ଯେହେତୁ ମୁଁ ଲେଗ୍ ସ୍ପିନର, ମୋର ସାମ୍ପ୍ରତିକ ଫର୍ମକୁ ବିଚାର କରି କୁଲଦୀପ ଯାଦବ ଭାରତର ଏକ ଘାତକ ବୋଲର ଅଟନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details