ଓଡିଶା

odisha

By

Published : Oct 25, 2021, 5:08 PM IST

ETV Bharat / sports

ଭାବବିହ୍ବଳ ବାବରଙ୍କ ବାପା, ଭିଡିଓ ଭାଇରାଲ୍‌

ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ରେକର୍ଡ ଭାଙ୍ଗିବା ପରେ ଭାବବିହ୍ବଳ ହୋଇପଡିଲେ ବାବର ଆଜମଙ୍କ ପିତା । ଅଧିକ ପଢନ୍ତୁ...

Babar Azam Father Gets Emotional
ବାବମ ଆଜମଙ୍କ ପିତାଙ୍କ ଭାବବିହ୍ବଳ ଭିଡିଓ ଭାଇରାଲ୍‌

ହାଇଦ୍ରାବାଦ:ବାବର ଆଜମ ଓ ମହମ୍ମଦ ରିଜୱାନ ଦମଦାର ବ୍ୟାଟିଂ ସହ ଟି-୨୦ ବିଶ୍ବକପର ସୁପର -୧୨ ମୁକାବିଲାରେ ଭାରତ ବିପକ୍ଷରେ ୧୦ ୱିକେଟରେ ନିଜ ଟିମକୁ ବିଜୟୀ ଦେଇଛନ୍ତି । ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ ରନ୍‌ ସଂଗ୍ରହ କରିଥିଲା । ଜବାବରେ ପାକିସ୍ତାନ କୌଣସି ୱିକେଟ ନ ହରାଇ ୧୮ତମ ଓଭରରେ ଜବରଦସ୍ତ ବିଜୟ ହାସଲ କରିନେଇଥିଲା ।

ଏହି ବିଜୟ ସହ ବାବର ଆଜମଙ୍କ ପିତା ଭାବୁକ ହୋଇପଡିଥିଲେ ଓ ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ପାକିସ୍ତାନର ଜଣେ କ୍ରୀଡା ସାମ୍ବାଦିକ ଟ୍ବିଟରରେ ଏହି ଭିଡିଓ ସେୟାର କରିଛନ୍ତି ।

କ୍ରୀଡା ସାମ୍ବାଦିକ ଜଣଙ୍କ ଲେଖିଛନ୍ତି, "ଏ ହେଉଛନ୍ତି ବାବର ଆଜମଙ୍କ ପିତା, ୨୦୧୨ରେ ତାଙ୍କ ସହିତ ଭେଟ ହୋଇଥିଲା, ସେତେବେଳେ ବାବର ଖେଳିବା ଆରମ୍ଭ କରିନଥିଲେ । ଭଲ ଭାବେ ମନେ ଅଛି ଯେ ବାବରଙ୍କ ପିତା କହିଥିଲେ, କେବଳ ଡେବ୍ୟୁ ହେବାକୁ ଦିଅ, ଏହାପରେ ସଂପୂର୍ଣ୍ଣ ମଇଦାନ ବାବରଙ୍କ ହେବ । ବାବରଙ୍କ ପିତାଙ୍କ କଥା ସତ ହୋଇଛି, ତାଙ୍କ ପୁଅ ଭାରତୀୟ ଟିମ ବିପକ୍ଷରେ ପାକିସ୍ତାନର ବିଶ୍ବକପରେ ଲଗାତାର ୧୨ଟି ପରାଜୟର ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛି ।"

ମହମ୍ମଦ ରିଜୱାନ ୫୫ ବଲ୍‌ରୁ ୭୯ ଓ ବାବର ୫୨ ବଲ୍‌ରୁ ୬୮ ରନ୍‌ର ଜବରଦସ୍ତ ଇଂନିସ ଖେଳିଥିଲେ । ବାବର ନିଜର ଦମଦାର ଅର୍ଦ୍ଧଶତକୀୟ ଇଂନିସରେ ୬ଟି ଚୌକା ଓ ୩ଟି ଛକା ଲଗାଇଥିଲେ । ବାବର ଆଜମଙ୍କ ପିତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details